ଯାଜପୁର ୨୦/୫ : ଜଣେ ବୃଦ୍ଧ ବ୍ୟକ୍ତି ଅଂଶୁଘାତର ଶୀକାର ହୋଇ ପ୍ରାଣ ହରେଇଛନ୍ତି । ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯିବା ସମୟରେ ଏଭଳି ଘଟଣା ଘଟିଛି ।
ଦିନକୁ ଦିନ ବଢି ଚାଲିଛି ଅସହ୍ୟ ତାତି । ଏହା ସାଙ୍ଗକୁ ଗୁଳୁଗୁଳି । ଦିନତ ଦିନ ରାତିରେ ରହିବା ଏଠି ଅସହ୍ୟ ହୋଇ ପଡୁଛି । ଦିନ ପ୍ରାୟ ୧୦ଟା ବେଳକୁ ରାସ୍ତାଘାଟ ଶୂନଶାନ୍ । ଖରାରେ ଲୋକମାନଙ୍କ ହଂସା ଉଡିଯାଉଛି । ପ୍ରବଳ ଖରା କାରଣରୁ ଲୋକମାନେ ଅଂଶୁଘାତର ଶୀକାର ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁରର ଧାନମଣ୍ଡଳ ଅଂଚଳରେ । ଅଂଶୁଘାତ କାରଣରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଶଶିଭୂଷଣ ଦାସ । ସେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ । ଏହି ସମୟରେ ଅଂଶୁଘାତ ଶୀକାର ହୋଇ ପ୍ରାଣ ହରେଇ ଥିବା ସୂଚନା ମିଳିଛି ।