ନୂଆଦିଲ୍ଲୀ ୫/୧୨ : ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି ମାମଲାରେ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଥିବା କ୍ରିଷ୍ଟିୟନ ମିସେଲଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଛି । ପ୍ରତ୍ୟର୍ପଣ ପ୍ରକ୍ରିୟାରେ ମିସେଲଙ୍କୁ ଦୁବାଇରୁ ନୂଆଦିଲ୍ଲୀ ଅଣାଯିବା ପରେ ତାଙ୍କୁ ଆଜି ପାଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ରିମାଣ୍ଡରେ ନେବାପାଇଁ ସିବିଆଇ କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ ।
ଦୁର୍ନୀତି ମାମଲାରେ ମିସେଲ ୨ ଶହ ୨୫ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଭାରତର ଅନୁରୋଧ କ୍ରମେ ତାଙ୍କୁ ଗିରଫ କରିବା ପାଇଁ ଇଣ୍ଟରପୋଲ୍ ପକ୍ଷରୁ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯିବାପରେ ଗତ ସେପ୍ଟେମ୍ବରରେ ଦୁବାଇ ପୋଲିସ ମିସେଲଙ୍କୁ ଗିରଫ କରିଥିଲା ।