ରାଜ୍ୟ

ଅଗ୍ନିକାଣ୍ଡ : ୧୦ ପରିବାର ସର୍ବସ୍ୱାନ୍ତ

Published

on

ଭଦ୍ରକ ୧୨/୫ : ଧାନଖଣିଆ ଗ୍ରାମରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ମିଳିଥିବା ସୂଚନା ଅନୁଯାୟୀ ଭୂଇଁବୃତ୍ତି ପଞ୍ଚାୟତର ଧାନଖଣିଆ ଗ୍ରାମରେ ଆଜି ଦିନ ପ୍ରାୟ ୧୨ଟା ବେଳେ ନିଆଁ ଲାଗିବା ଫଳରେ ୧୦ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଫନି ବାତ୍ୟା ପରେ ଲୋକେ ନିଜର ଉଜୁଡା ଘର ସଜାଡୁଥିବା ବେଳେ ଧାନଖଣିଆ ଗ୍ରାମର ରାମଚନ୍ଦ୍ର ମାଝିଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେପରେ ଏହି ନିଆଁ ଗାଆଁର ଅନ୍ୟ ଘରକୁ ବ୍ୟାପିଥିଲା।
ଗତକାଲି ଗାଆଁକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ତେବେ ଖବର ପାଇବା ପରେ ସ୍ଥାନୀୟ ଦମକଳବାହୀନି ଘଟଣାସ୍ଥଳରେ ପହଞ୍ଚିବା ସହ ନିଆକୁ ଆୟତ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version