ଭଦ୍ରକ ୨୮/୩ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଗ୍ରାମରେ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ୨ଟି ପରିବାରର ପ୍ରାୟ ୮ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତ୍ରରେ ଆଖୁଆପଦା ଗ୍ରାମର ଏକ ଘରେ ହଠାତ ନିଆ ଲାଗିଯାଇଥିଲା । ପରେ ଏହା ଅନ୍ୟ ଏକ ଘରକୁ ବ୍ୟାପିଥିଲା । ଏହାର ପ୍ରଭାବରେ ଦୁଇଟି ଘରର ପ୍ରାୟ ୮ବଖରା ଜଳି ଭସ୍ମ ହୋଇଯାଇଛି । ଏହାସହ ଘରେ ଥିବା ପ୍ରାୟ ୧୦୦ରୁ ଅଧିକ ଧାନ ବସ୍ତା ମଧ୍ୟ ପୋଡିଯାଇଛି । ତେବେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ସର୍ଟସର୍କିଟ ଯୋଗୁଁ ଏଦି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।