ଚାନ୍ଦୁପିର ୧୦/୧୨ : ଚାନ୍ଦିପୁରରୁ ଅଗ୍ନି-୫ ବାଲାଷ୍ଟିକ ମିସାଇଲର ପରୀକ୍ଷଣ ସଫଳ ହୋଇଛି । ସୋମବାର ଅପରାହ୍ନ ୧.୨୮ ମିନିଟରେ ଚାନ୍ଦିପୁର ଅବଦୁଲ କଲାମ ଦ୍ୱିପରୁ ଏହି ଅନ୍ତଃମହାଦେଶୀୟ ବାଲାଷ୍ଟିକ ମିସାଇଲ ପରୀକ୍ଷଣ ସଫଳ ହୋଇଛି । ଡିଆରଡିଓ ନିର୍ମାଣ କରିଥିବା ଅଗ୍ନି-୫ ମିସାଇଲ ୫୫୦୦ ରୁ ୫୮୦୦ କିଲୋମିଟର ଲକ୍ଷ୍ୟ ଭେଦ କରିବାର କ୍ଷମତା ରହିଛି । ଅଗ୍ନି-୫ ମିସାଇଲ ପ୍ରଥମ ବାଲାଷ୍ଟିକ ମିସାଇଲ ଯିଏକି ଚିନ ସମେତ ବେଜି ଓ ମଧ୍ୟପ୍ରାଚ୍ୟକୁ ପହଂଚିବାର ଶକ୍ତି ରହିଛି । ଏହା ଘଂଟାକୁ ୨୫ ହଜାର କିଲୋମିଟର ବେଗରେ ଗତି କରିପାରିବ ଏବଂ ତାର ଲକ୍ଷ୍ୟସ୍ଥଳରେ ୨୦ ମିନିଟରେ ପହଂଚିବାର କ୍ଷମତା ରହିଛି । ଏହାଦ୍ୱାରା ଚିନର ଯେ କୋ÷ଣସି ସ୍ଥାନକୁ ଭଦ କରିପାରିବ । ଚିନକୁ ଟକ୍କର ଦେବା ପାଇଁ ଭାରତୀୟ ସେନା ଅଗ୍ନି-୫ ମିସାଇଲକୁ ସେନାରେ ସାମିଲ କରିବାକୁ ଯାଉଥିବାରୁ ସମସ୍ତଙ୍କର ନଜର ଏବେ ଏହା ଉପରେ ରହିଛି । ଅଗ୍ନି-୫ର ପ୍ରଥମ ସଫଳ ପରୀକ୍ଷଣ ୨୦୧୨ରେ କରାଯାଇଥିଲା ।