ରାଜ୍ୟ

ଅଙ୍ଗନୱାଡି କର୍ମୀଙ୍କ ଗୁହାରି ଶୁଣିଲେ ନବୀନ : ଦରମା ବୃଦ୍ଧି

Published

on

ଭୁବନେଶ୍ୱର ୧୨/୧ : ଅଙ୍ଗନୱାଡ଼ି କର୍ମୀଙ୍କ ବହୁଦିନର ଦାବି ଅନେକାଂଶରେ ପୂରଣ ହୋଇଛି । ରାଜ୍ୟ ସରକାର ସେମାନଙ୍କ ଦରମା ବୃଦ୍ଧି କରିଛନ୍ତି । ସେମାନେ ବର୍ଦ୍ଧିତ ଦରମା ୨୦୧୮ ଅକ୍ଟୋବରରୁ ପିଛିଲା ଭାବେ ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି ।
ଅଙ୍ଗନୱାଡି କର୍ମୀଙ୍କ ଦରମା ମାସିକ ୬୦୦୦ ଟଙ୍କାରୁ ୭୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମିନି ଅଙ୍ଗନୱାଡି କର୍ମୀଙ୍କ ଦରମା ୪୧୨୫ଟଙ୍କା ଥିବାବେଳେ ଏବେ ତାହା ୫୩୭୫ଟଙ୍କା ହୋଇଛି । ହେଲପରମାନେ ଏବେ ୩୦୦୦ ଟଙ୍କା ବଦଳରେ ୩୭୫୦ଟଙ୍କା ପାଇବେ । ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରୁ ୫୦ ପ୍ରତିିଶତଙ୍କୁ ସୁପରଭାଇଜର ଭାବେ ପଦୋନ୍ନତି ଦିଆଯିବ । ଅଙ୍ଗନୱାଡ଼ି କର୍ମୀଙ୍କ ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରାଯାଇଛି । ଅବସର ପରେ ଅଙ୍ଗନୱାଡ଼ି କର୍ମମାନେ ୨୦ ହଜାର, ମିନି ଅଙ୍ଗନୱାଡ଼ି କର୍ମୀମାନେ ୧୫ ହଜାର ଓ ହେଲପରମାନେ ୧୦ ହଜାର ଟଙ୍କାର ସହାୟତା ପାଇବେ । ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ୧୫ ଦିନ ଖରାଛୁଟି ବ୍ୟବସ୍ଥା ମଧ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version