ରାଜ୍ୟ

ଅଚ୍ୟୁତ ସାମନ୍ତଙ୍କ ସମ୍ପତି ତାଲିକା

Published

on

ଭୁବନେଶ୍ୱର ୨୯/୩ : କନ୍ଧମାଳ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଅଚ୍ୟୁତ ସାମନ୍ତ ହେଉଛନ୍ତି ଗରିବ। ଏହା ଆମେ ନୁହେଁ, ନାମାଙ୍କନ ବେଳେ ସେ ଦାଖଲ କରିଥିବା ବେଳେ ସତ୍ୟପାଠ କହୁଛି। ଅଚ୍ୟୁତଙ୍କ ସ୍ଥାବର ସମ୍ପତ୍ତି ୧୦ ଲକ୍ଷ ୫୪ ହଜାର ଟଙ୍କା ହୋଇଥିବା ବେଳେ ୨ ଲକ୍ଷ ୮୮ହଜାର ୧୨୦ ଟଙ୍କା ବ୍ୟାଙ୍କ ଜମା ଓ ମାତ୍ର ୪୪ ହଜାର ଟଙ୍କା ଫିକ୍ସ ଡିପୋଜିଟ ରହିଛି। ପଲିସି ଓ ପୋଷ୍ଟାଲ ବୀମା ବାବଦରେ ସମୁଦାୟ ୭ ଲକ୍ଷ ୧ ହଜାର ୩୪୨ ଟଙ୍କା ରହିଛି।
ଏହାବାଦେ ତାଙ୍କର ୧ଲକ୍ଷ ୯୪ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସେହିପରି ଅଚ୍ୟୁତଙ୍କ କାର ଓ ବାଇକ ନଥିବା ବେଳେ କୌଣସି ଅପରାଧିକ ମାମଲା ନଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି। ୫ ବର୍ଷରେ ସଂପତ୍ତି ମାତ୍ର ୨ ଲକ୍ଷ ୨୨ ହଜାର ଟଙ୍କା ବଢିଛି। ୨୦୧୩-୧୪ରେ ତାଙ୍କର ସମୁଦାୟ ସମ୍ପତ୍ତି ୨୩ ଲକ୍ଷ ୫୨ହଜାର ଟଙ୍କା ଥିବା ବେଳେ ୨୦୧୭-୧୮ରେ ସମ୍ପତି ୨୫ ଲକ୍ଷ ୭୪ହଜାର ଟଙ୍କା ବଢିଛି।

Leave a Reply

Your email address will not be published. Required fields are marked *

Trending

Exit mobile version