ରାଜ୍ୟ

ଅଜଣା ଗାଡ଼ି ଧକ୍କାରେ ଅଟୋ ଚାଳକ ମୃତ : କ୍ଷତିପୂରଣ ଦାବି

Published

on

ବଲାଙ୍ଗୀର ୧୪/୬ : ଅଜଣା ଗାଡ଼ି ଧକ୍କାରେ ଜଣେ ଅଟୋ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସୁରେଶ ଡି. । ଏହାକୁ ନେଇ ଅଟୋ ଚାଳକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଅଟୋ ଚାଳକ ସଂଘ ରାସ୍ତା ଅବରୋଧ କରିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ବାଇପାସ୍‌ ରୋଡ଼୍‌ ନିର୍ମାଣ ଦାବି କରିଛି ସଂଘ ।
ଆଜି ସକାଳେ ଏକ ଅଜଣା ଗାଡ଼ି ସୁରେଶଙ୍କ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହା ପରେ ଉକ୍ତ ଗାଡ଼ିଟି ଫେରାର ହୋଇଯାଇଛି । ଏହା ପରେ ଅଟୋ ଚାଳକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସେହି ସ୍ଥାନରେ ତୁରନ୍ତ ବାଇପାସ୍‌ ନିର୍ମାଣ କରିବାକୁ ଦାବି କରାଯାଇଛି । ଏହା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ସେମାନେ ଟାୟାର ଜାଳି ବାଲାଙ୍ଗୀର-ସୋନପୁର ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି । ଦାବି ପୂରଣ ନ ହେବା ଯାଏଁ ରାସ୍ତା ରୋକ ହଟିବ ନାହିଁ ବୋଲି ସଂଘର ସଭାପତି ଦ୍ରୋଣ କୁମ୍ଭାର କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version