ରାଜଗାଙ୍ଗପୁର ୨୬/୪ : ଅଜା ତୀର ମାଡ଼ରେ ନାତି ଆହତ । ପାରିବାରିକ କଳହରୁ ନାତିକୁ ଆକ୍ରମଣ କଲେ ଅଜା । ତୀରଟି ଶୁକ୍ରା କମାର ନାମକ ଜଣେ ୨୫ ବର୍ଷିୟ ଯୁବକର ହାତରେ ପଶି ରହିଛି । ଏହି ଘଟଣାଟି ଘଟିଛି ରାଜଗାଙ୍ଗପୁର ଅଂଚଳର ଲୁଧାବସା ଗାଁରେ । ତୀର ବାହାର କରିବା ପାଇଁ ଆହତ ଶୁକ୍ରା କମାରଙ୍କୁ ରାଜଗାଙ୍ଗପୁର ସରକାରୀ ହସ୍ପିଟାଲରୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ଦାତୁମୁରା ପଡ଼ା ଲୁଧାବସା ଗ୍ରାମର ଛେଲିଆ କମାର ନିଜ ନାତି ଶୁକ୍ରା କମାରଙ୍କ ମଧ୍ୟରେ ସାମାନ୍ୟ ବଚସା ଆରମ୍ଭ ହୋଇଥିଲା । ଏପରିକି ଅଜା ଛେଲିଆ କମାର ନିଜର କ୍ରୋଧକୁ କାବୁ ନକରିପାରି ଧନୁତୀରରେ ନାତିକୁ ଆକ୍ରମଣ କରଥିଲେ । ଏବଂ ଉକ୍ତ ଧନୁ ତୀରଟି ନାତି ଶୁକ୍ରାଙ୍କ ବାମ ହାତରେ ପଶିଯାଇଥିଲା ।