ନୂଆଦିଲ୍ଲୀ ୭/୬ : ଅଜୀମ ପ୍ରେମଜୀ ତାଙ୍କ ରିଟାୟରମେଂଟ ନେଇ ଘୋଷଣା କରିସାରିଛନ୍ତି । ୱିପ୍ରୋ ଏକ୍ସିକ୍ୟୁଟିଭି ଚେୟାରମ୍ୟାନ ଓ ପ୍ରବନ୍ଧ ନିର୍ଦ୍ଦେଶକ ପଦବୀରୁ ୩୦ ଜୁଲାଇ ୨୦୧୯ରେ ସେ ଅବସରନେବାକୁ ଯାଉଛନ୍ତି । ତେବେ ଅଜୀମ ପ୍ରେମଜୀଙ୍କ ରିଟାୟରମେଂଟ ପରେ କମ୍ପାନୀର ଦାୟିତ୍ୱ କିଏ ନେବ । ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏହା ଉପରେ ଏକପ୍ରକାର ବିରାମ ଲାଗିଛି । କାରଣ ତାଙ୍କ ପୁଅ ରିଶଦ ପ୍ରେମଜୀ ଆଗାମୀ ୫ବର୍ଷ ପାଇଁ ଆଜୀମ ପ୍ରେମଜୀଙ୍କ ଦାୟତ୍ୱରେ ରହିବେ ।
୧.୭୬ ଲକ୍ଷ କୋଟିର କମ୍ପାନୀ ଚଳାଇବେ ରିଶଦ ପ୍ରେମଜୀ । ଅର୍ଥାତ ଆଜୀମଙ୍କ ପୁଅ ହାତରେ ରହିବ କମ୍ପାନୀ । ଆସନ୍ତା ଜୁଲାଇ ୩୧ ତାରିଖରୁ ରିଶଦ ପ୍ରେମଜୀ ଦାୟିତ୍ୱ ନେବେ । ବାପା ଅଜୀମ ପ୍ରେମଜୀଙ୍କ ପରି ପୁର ରିଶଦ ପ୍ରେମଜୀ ମଧ୍ୟ ଖୁବ ଲୋକପ୍ରିୟ । ୨୦୦୭ ମସିହାରୁ ରିଶଦ ୱିପ୍ରୋ କମ୍ପାନୀ ସହ ଜଡିତ ଅଛନ୍ତି । ପ୍ରଥମେ ରିଶଦ ଏଠାରୁ ଇନଭେଷ୍ଟର ରିଲେଶନ ଓ କର୍ପୋରେଟ ଆଫେୟାର୍ସ ଦାୟିତ୍ୱରେ ଥିଲେ ।