କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର କଲେଜ ରେ ପଢ଼ୁଥିବା ଫିରିଫିରା ଗ୍ରାମର ଜଣେ ଛାତ୍ରୀ କୁ ଜଣେ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଛାତ୍ରୀ ଟି କଲେଜ ସାରି ଘରକୁ ଫେରୁଥିବା ବେଳେ କଲେଜ ଠାରୁ ଅଳ୍ପ ଦୁରରେ ଏପରି ଘଟଣା ଘଟିଛି। ଗୋଟିଏ ବାଇକ୍ ରେ ତିନି ଜଣ ଯୁବକ ଏପରି କାଣ୍ଡ ଘଟାଇଥିବା କୁହାଯାଉଛି। ଗୁରୁତର ଆହତ ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ ଅଡ଼ଶପୁର ଓ ପରେ ଏସ୍ ସି ବି ସ୍ଥାନାନ୍ତର କରା ଯାଇଛି। ଘଟଣା ସ୍ଥଳରେ ଓଲଟପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।