କୋଲକତା: ସୋସିଆଲ ମିଡିଆରେ ଫୋଟୋ ଛାଡି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଅଡୁଆରେ ପଡିଛନ୍ତି।
ଗତ ମେ ୮ ତାରିଖରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ତାଙ୍କ ଟ୍ଵିର୍ଟର ହେଣ୍ଡେଲରେ ଏକ ଫୋଟୋ ଦେଇଥିଲେ। ଏହି ଫୋଟୋରେ, ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା ଅନ୍ୟ ମାନଙ୍କ ସହ ବସି ମଦ୍ୟ ପାନ କରୁଛନ୍ତି। ଫୋଟୋରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ କାର୍ତ୍ତିକ ବାନାର୍ଜୀ ମଧ୍ୟ ଦେଖା ଯାଉଛନ୍ତି।
ହେଲେ ଫୋଟୋ ଟି ମିଛ ବୋଲି ସେତେବେଳେ ଜାଣିଲେ ଯେତେ ବେଳେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ପଚରାଉଚରା କଲେ।
ବାବୁଲଙ୍କ ବିରୋଧରେ ପୋଲିସ ଆଇପିସିର ଧାରା ୧୫୩ଏ (ଗୋଷ୍ଠୀ ବିବାଦକୁ ଉସକାଇବା), ୫୦୫ (ମନ୍ତବ୍ୟ ଦେଇ ଶାନ୍ତି ଭଙ୍ଗ କରିବା) ଏବଂ ୧୨୦ବି। ତାଙ୍କ ବିରୋଧରେ ଏଭଳି କେତକ ଧାରା ଲଗିଛି ଯେଉଁଥିରେ ତାଙ୍କୁ ଜାମିନ ମିଳିବା କଷ୍ଟକର ହେବ।
ଦକ୍ଷିଣ କୋଲକତାର ଡେପୁଟି ପୋଲିସ କମିଶସନର ତାଙ୍କ ଟ୍ଵିର୍ଟର ହାଣ୍ଡଳରେ ଲେଖିଛନ୍ତି ଯେ ବାବୁଲ ସୁପ୍ରିୟୋ ଯେଉଁ ଫୋଟୋଟି ପ୍ରସାରିତ କରିଛନ୍ତି ତାହା ମିଛ।
ଏହି ଘଟଣା ଏବେ ପଶ୍ଚିମବଙ୍ଗ ବିଜେପି ଦଳର ଚିନ୍ତା ବଢାଇଛି। କାରଣ ଏହି ମିଛ ଫୋଟୋଟିକୁ ଅନେକ ବଜେପି ନେତା ମଧ୍ୟ ସୋସିଆଲ ମିଡ଼ିଆରେ ବାଣ୍ଟିଛନ୍ତି।
ପଶ୍ଚିମବଙ୍ଗରେ ନିର୍ବାଚନ ପାଖେଇ ଆସିଲାଣି। ଏହି କାରଣରୁ ବିଜେପି ଅଧିକ ଉତ୍ସ।ହିତ ହୋଇ ମମତା ସରକାରକୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛି। ତେବେ ବେଶୀ ଉତ୍ସ।ହିତ ହୋଇ କାମ କଲେ ଭୁଲ ହେବ।
ବାବୁଲ ସୁପ୍ରିୟୋ ଜଣେ ଲୋକପ୍ରିୟ ଚଳଚ୍ଚିତ୍ର ପ୍ରଛଦପଟ ଗାୟକ। ସେ ଓଡ଼ିଆ ଏବଂ ତେଲୁଗୁ ସିନେମାରେ ଅନେକ ହିଟ ଗୀତ ଗାଇଛନ୍ତି।