ଦେଶ ବିଦେଶ

ଯୋଗୀ ଅଦିତ୍ୟନାଥଙ୍କୁ ଆରଏସଏସର ପ୍ରଶଂସା

Published

on

ନାଗପୁର:କରୋନା ନିୟନ୍ତ୍ରଣ ଦିଗରେ ଉତ୍ତରପ୍ରଦେଶର ଯୋଗୀ ଅଦିତ୍ୟନାଥ ସରକାରକୁ କେନ୍ଦ୍ର ସରକାର ଏବଂ ଆଗ୍ରାର ମେୟର ସମାଲୋଚନା କଲାବେଳେ ଅରଏସଏସ ପ୍ରଶଂସା କରିଛି।
ଆରଏସଏସର ମୁଖପତ୍ର ପଞ୍ଚଜନ୍ୟ ର ଏଥର ମଲାଟ ପ୍ରସଙ୍ଗରେ ‘ଯୋଦ୍ଧା ଯୋଗୀ’ଶିର୍ଷକ ରେ ଏକ ଆଲେଖ୍ୟ ବାହାରିଛି। ଏହି ଆଲେଖ୍ୟରେ କରୋନା ଯୁଦ୍ଧରେ ଉତ୍ତରପ୍ରଦେଶର ପାରଦର୍ଶିତା ସର୍ବୋଉତ୍କୃଷ୍ଟ ବୋଲି କୁହାଯାଇଛି । ମହାମାରୀର ମୁକବିଲା ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ସରକାର କି ଭଳି କରୁଛନ୍ତି ତାହାର ବିଶଦ ବିବରଣୀ ଦିଆଯାଇଛି। ବିଶେଷକରି ତବଳିଗିହି ଜମାତର ସଦସ୍ୟମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଇଛି ସେ ସମ୍ପର୍କରେ ଉଲ୍ଲେଖ ରହିଛି।
ଉତ୍ତରପ୍ରଦେଶର କରୋନା ସଂକ୍ରମିତ ଜିଲ୍ଲାଗୁଡିକରେ ମହାମାରୀର ମୁକାବିଲା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ ବୋଲି କେନ୍ଦ୍ର ସରକାର ନିକଟରେ କହିଛନ୍ତି । ଜିଲ୍ଲା ଡାକ୍ତରଖାନାଗୁଡିକରେ ଇଶୋଲେସନ ୱାଡ଼ ନାହିଁ,ଆଇସିୟୁର ବ୍ୟବସ୍ଥା ନାହିଁ ବୋଲି କେନ୍ଦ୍ର ସରକାର ନିକଟରେ ଯୋଗୀ ସରକାରକୁ ଭର୍ତ୍ସନା କରିଥିଲେ।
ନିକଟରେ ଅଗ୍ରର ମେୟର ଯୋଗୀଙ୍କୁ ଏକ ପତ୍ର ଲେଖି ତାଜମହଲ ସହରର ଅବସ୍ଥା ସମ୍ପର୍କରେ ଜଣାଇଥିଲେ। ଆଗ୍ରା ଚୀନ୍ରର ଉହାନ ଭଳି ହେବାକୁ ଯାଉଛି । ମେୟରଙ୍କ ଏହି ଚିଠିକୁ ନେଇ କଗ୍ରେସର ଉତ୍ତର ପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟିର ସଭାପତି ଯୋଗୀଙ୍କୁ ଘେରିଥିଲେ ।
ହେଲେ ଏଭଳି ଏକ ସମୟରେ ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ପାଇଁ ଆରଏସଏସର ଏହି ସିସିଆର ବହୁତ ଗୁରତ୍ୱପୂର୍ଣ।

Leave a Reply

Your email address will not be published. Required fields are marked *

Trending

Exit mobile version