ଭୁବନେଶ୍ୱର ୧୬/୨ : ଶନିବାର ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ବର୍ଷା ହୋଇଛି । ଆଜି କଟକ, ଭୁବନେଶ୍ୱର, ବଲାଙ୍ଗିର ଓ ବାଲେଶ୍ୱର ଆଦି ସ୍ଥାନରେ ବିଜୁଳି ସହ ସ୍ୱଳ୍ପ ବର୍ଷା ହୋଇଛି । ଏହାସହ ୭ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, କନ୍ଧମାଳ ଓ କଳାହାଣ୍ଡି । ଭୁବନେଶ୍ୱ୍ର ଓ କଟକ ସମତେ ଉପକୂଳ ଅଂଚଳରେ ଶନିବାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୮ ତାରିଖ ମଧ୍ୟରେ ଓଡ଼ିଶାର ଆଭ୍ୟନ୍ତର ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।