Connect with us

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସଙ୍ଘଭି ଏବେ ଚିନ୍ତାରେ । ଅନର ବାଉଣ୍ଡ ନାମକ ଏକ ପୁସ୍ତକୁ ସେ ଚିନ୍ତିତ ଅଛନ୍ତି।
ଲଣ୍ଡନର ଜଣେ ବରିଷ୍ଠ ଓକିଲ ସରୋଶ ଯାଇବାଲାଙ୍କ ଲିଖିତ ଏହି ପୁସ୍ତକରେ ମନୁ ସଂଘଭିଙ୍କ ପିତାଙ୍କ ବିଷୟରେ କେତକ ଵିତର୍କିତ ତଥ୍ୟ ରହିଛି । ଏକ ସମୟରେ ମନୁଙ୍କ ପିତା ସ୍ବର୍ଗତ ଏଲ.ଏମ.ସଙ୍ଘଭି ଲଣ୍ଡନରେ ଭାରତର ଉଚାୟୁକ୍ତ ଭାବେ କାର୍ଯ୍ୟ କରୁଥିଲେ ।
ପୁସ୍ତକଟି ପ୍ରକାଶ ପାଇଲେ ମନୁ ସଙ୍ଘଭିଙ୍କ ପରିବାରର ମର୍ଯ୍ୟଦା ଉପରେ ଆଞ୍ଚ ଆସିବ ।
ଏହି ଆଶଙ୍କାରେ ପଶ୍ଚିମବଙ୍ଗରୁ ରାଜ୍ୟସଭା ସଭ୍ୟ ତଥା କନିଷ୍ଠ ସଙ୍ଘଭି ପୁସ୍ତକର ପ୍ରକାଶନକୁ ବନ୍ଦ କରିବାକୁ ଦିଲ୍ଲୀର ଏକ ଅଦାଲତରେ ମକଦ୍ଦମା କରିଥିଲେ । ଏହି କୋର୍ଟ ବର୍ତମାନ ଏକ ତରଫା ଭାବେ ଏକ ରାୟ ଦେଇ ପୁସ୍ତକର ପ୍ରକାଶନ ଉପରେ ରୋକ ଲଗାଇଛନ୍ତି ।
ତେବେ ବ୍ରିଟିଶ ଓକିଲ ଦିଲ୍ଲୀ କୋର୍ଟର ଏହି ଆଦେଶକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ଦିଲ୍ଲୀ କୋର୍ଟର ନିର୍ଦେଶ ମାନିବାକୁ ସେ ବାଧ୍ୟ ନିହାନ୍ତି। ଏହା ଛଡ଼ା ତାଙ୍କର ଯୁକ୍ତି ହେଲା ଦିଲୀ କୋର୍ଟର ଅର୍ଡର ବ୍ରିଟିଶ ଆଇନ ଅନୁଯାୟୀ ନିୟମ ଅନୁସାରେ ତାଙ୍କୁ ମିଳିବା ଦରକାର। ଅନର ବାଉଣ୍ଡ ପୁସ୍ତକକୁ ନେଇ ଆରମ୍ଭ ହୋଇଥିବା ଏହି ଆଇନଗତ ଲଢେ଼ଇ ଆଗକୁ ତୀଵ୍ର ହେବ ଏଥିରେ ସନ୍ଦେହ ନାହିଁ । ଦୁଇଜଣ ବିଶିଷ୍ଟ ଆଇନଜୀବୀ ଯେତେବେଳେ ସାମ୍ନାସାମ୍ନି ହେବେ କୋର୍ଟ ରୁମରେ ନାଟକୀୟତା ନିଶ୍ଚିତ ଭାବେ ଦେଖାଦେବ । ହେଲେ ସେ ଯାହା ହେଉନା କାହିଁକି, ପୁସ୍ତକ ପ୍ରକାଶନ ପୁର୍ବରୁ ପୁସ୍ତକକୁ ଯେଉଁ ପ୍ରଚାର ମିଳିବାକୁ ଯାଉଛି ସେଥିରେ ପୁସ୍ତକର ପ୍ରକାଶକ ଧନୀ ହୋଇଯିବା ସୁନିଶ୍ଚିତ ।

Continue Reading
Click to comment

Leave a Reply

Your email address will not be published. Required fields are marked *

ଆଇନ କାନୁନ

ଗଞ୍ଜେଇ ଚାଲାଣକୁ ଅର୍ଥ ଯୋଗାଇବା, ଅଭିଯୁକ୍ତକୁ ଆଶ୍ରୟ ଦେବା ଦଣ୍ଡନୀୟ ନୁହେଁ?

Published

on

ଭୁବନେଶ୍ୱର: ଗଞ୍ଜେଇ ବା ମାଦକ ଦ୍ରବ୍ୟର ଚୋରା ଚାଲାଣକୁ ଅର୍ଥ ଯୋଗାଇ ଦେବା ବା ମାଦକ ଦ୍ରବ୍ୟର ଚୋରା କାରବାରର ଅଭିଯୁକ୍ତକୁ ଆଶ୍ରୟ ଦେବା ଅପରାଧ ହୋଇପାରେ କିନ୍ତୁ ଏଥି ପାଇଁ ଦଣ୍ଡ ଦେଇ ହେବନାହିଁ। ନରକୋଟିକ୍ସ ଡ୍ରଗସ ଆଣ୍ଡ ସାଇକୋଟ୍ରେ।ପିକ ସବଷ୍ଟାନସ ଆକ୍ଟରେ ଯେଉଁ ବ୍ୟବସ୍ଥା ଅଛି ସେଥିରେ ଏହି ଅପରାଧ ପାଇଁ ଦଣ୍ଡ ଦେଇହେବ ନାହିଁ।

ଆକ୍ଟର ସେକ୍ସନ 27A ରେ ଉଲ୍ଲେଖ ଅଛି ଯେ, ଯେ ସେକ୍ସନ 2  (viiia)ର  ସବ-କ୍ଲଜ(i) ରୁ (v) ରେ ଉଲ୍ଲେଖିତ କାରବାର ପାଇଁ  କେହି ବ୍ୟକ୍ତି ପ୍ରତ୍ୟକ୍ଷ ବା ପରୋକ୍ଷରେ ଅର୍ଥ ଲଗାଣ କଲେ ବା ଅଭିଯୁକ୍ତକୁ ଆଶ୍ରୟ ଦେଲେ ଏନଡିପିଏସ ଆଇନ ଅନୁଯାୟୀ ଦଣ୍ଡିତ ହେବାର ବ୍ୟବସ୍ଥା ଅଛି।

ତେବେ ଗତ ୨୦୧୪ରେ ଆକ୍ଟରେ ଯେଉଁ ସଂଶୋଧନ ଅଣାଗଲା ସେହି ସମୟରେ ଭୁଲ ବଶତଃ ଏହି ସବ କ୍ଲଜ (i) ରୁ (v)ରେ ଯେଉଁ ସବୁ ମଦକଦ୍ରବ୍ୟର ବେଆଇନ କାରବାର ଉଲ୍ଲେଖ କରାଯିବା କଥା ତାହା କରାଗଲା ନାହିଁ। ମଦକଦ୍ରବ୍ୟର ତାଲିକା ନରହିବା ଫଳରେ ବେଆଇନ ମାଦକ ଦ୍ରବ୍ୟ କାରବାରକୁ ଅର୍ଥ ଯୋଗାଉଥିବା ଏବଂ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଉଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବାରେ ଆଇନଗତ ଅସୁବିଧା ସୃଷ୍ଟି ହୋଇଛି।

ତ୍ରିପୁରାର ଏକ ସ୍ପେଶାଲ କୋର୍ଟରେ ଗତ ୨୦୧୬ରେ ଜଣେ ଅଭିଯୁକ୍ତ ଜାମିନ ଆବେଦନ କଲାବେଳେ ଆଇନ ଥିବା ଏହି ବିସଂଗତି କଥା ଉଠାଇଥିଲେ। ଏହାପରେ ତଳ କୋର୍ଟ ଏହାର ବିଚାର ପାଇଁ ତ୍ରିପୁରା ଉଚ୍ଚ ନ୍ୟାୟାଳୟ କୁ ମାମଲା ପଠାଇ ଦେଇଥିଲେ।

ଗତ ସପ୍ତାହରେ ତ୍ରିପୁରା ଉଚ୍ଚ ନ୍ୟାୟାଳୟ ଏହି ତ୍ରୁଟି ସଂଶୋଧନ ପାଇଁ କେନ୍ଦ୍ର ଗୃହ ବିଭାଗକୁ ଜଣାଇଛନ୍ତି।

ବର୍ତ୍ତମାନ ସମ୍ବିଧାନର ୨୦(୧)ରେ ଯେଉଁ ବ୍ୟବସ୍ଥା ଅଛି ସେଥିରେ ଏହି ସଂଶୋଧନ ପିଛିଲା ତାରିଖରୁ ଲାଗୁ କରିହେବ ନାହିଁ। ତେବେ ୨୦୧୪ରୁ ଆଜି ପର୍ଯ୍ୟନ୍ତ ଯେଉଁ ସବୁ ମାମଲା ରହିଛି ତାହାର କଣ ନିଷ୍ପତି ହେବ। ଏହି ଅଡୁଆରେ ବର୍ତମାନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଡ଼ିଛି।

 

 

Continue Reading

ଆଇନ କାନୁନ

ଖୋଜା ପଡ଼ିଛି ଆଟଅର୍ଣ୍ଣି ଜେନେରାଲ ଭେନୁଗୋପାଲଙ୍କ ଉତ୍ତରାଧିକାରୀ

Published

on

ନୂଆଦିଲ୍ଲୀ: ଆଟଅର୍ଣ୍ଣି   ଜେନେରାଲ କେ କେ ଭେନୁଗୋପାଳଙ୍କ ଉତ୍ତରାଧିକାରୀ ଖୋଜା ଚାଲିଛି।

ଭେନୁଗୋପାଳଙ୍କୁ ବର୍ତ୍ତମାନ ବୟସ ହେଲାଣି ୮୯। ନିକଟରେ ତାଙ୍କର ତିନି ବର୍ଷୀୟା ଚୁକ୍ତି ଶେଷ ହୋଇ ଯାଇଥିଲା। ଅତ୍ୟାଧିକ ବୟସ ଯୋଗୁ ସେ ଆଉ ଆଟଅର୍ଣ୍ଣି   ଜେନେରାଲ ପଦବୀରେ ରହିବକୁ ଚାହୁଁ ନଥିଲେ। ତେବେ ସରକାର ତାଙ୍କୁ ଆଉ ଗୋଟିଏ ବର୍ଷ ସେହି ପଦବୀରେ ରହିବାକୁ ଅନୁରୋଧ କରି ତାଙ୍କର କାର୍ଯ୍ୟକାଳ ବଢାଇଛନ୍ତି।

ଇତି ମଧ୍ୟରେ ସରକାର ଭେନୁଗୋପାଳଙ୍କ ଉତ୍ତରାଧିକାରୀ ଖୋଜିବା ଆରମ୍ଭ କରିଦେଇଛନ୍ତି।

କେନ୍ଦ୍ର ସରକାର ହରିଷ ସାଲଭେଙ୍କୁ ଏହି ପଦବୀରେ ନିଯୁକ୍ତି ଦେବାକୁ ଚାହୁଁଛନ୍ତି  ବୋଲି ଶୁଣା ଯାଉଛି। ହେଲେ ବର୍ତମାନ ଲଣ୍ଡନରେ ରହୁଥିବା ସାଲଭେ ସରକାରଙ୍କୁ ସାତ ଆଠ ମାସର ସମୟ ମାଗିଥିବା ଜଣାଯାଇଛି।

ସାଲଭେ ଆନ୍ତର୍ଜାତିକ କୋର୍ଟରେ କୂଳଭୂଷଣ ଯାଦବ କେସରେ ଭାରତ ପାଇଁ ବିଜୟ ଆଣି ବେଶ ଲୋକପ୍ରିୟ ଅର୍ଜନ କରିଛନ୍ତି। ନିକଟରେ ସେ ଲଣ୍ଡନରୁ ଓଡିଶା ସରକାରଙ୍କ ପାଇଁ ସୁପ୍ରିମ କୋର୍ଟରେ ରଥଯାତ୍ରା ମାମଲାର ପରିଚାଳନା କରୁଥିଲେ।

 

Continue Reading

ଆଇନ କାନୁନ

ରଥଯାତ୍ରା ଶୁଣାଣି ପାଇଁ ରାତିରୁ ଉଠିଲେ ଓଡିଶା ସରକାରଙ୍କ ବରିଷ୍ଠ ଓକିଲ ସାଲଭେ

Published

on

ନୂଆଦିଲ୍ଲୀ:ଏ ବର୍ଷ ରଥଯାତ୍ରା ହେବ ନ ନାହିଁ ସେ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ଓଡିଶା ସରକାରଙ୍କ ଓକିଲଙ୍କୁ ରାତିରୁ ଉଠିବାକୁ ପଡିଥିଲା।
ଶୁଣାଣି ପ୍ରଥମେ ବିଚାରପତି ଅରୁଣ ମିଶ୍ରଙ୍କ କୋର୍ଟରେ ସକାଳେ ହୋଇଥିଲା। ଏବଂ ଅପରାହ୍ଣରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ।
ହେଲେ ଲଣ୍ଡନରେ ଥିବା ଓଡ଼ିଶା ସରକାରଙ୍କ ବରିଷ୍ଠ ଓକିଲ ହରିଷ ସାଲଭେଙ୍କ ପାଇଁ ଏହି ସମୟ ଟା ଅଡୁଆ ଥିଲା।
କେନ୍ଦ୍ର ସରକାରଙ୍କ ସୋଲିସିଟର ଜେନେରାଲ ତୁଷାର ମେହଟା ଶୁଣାଣି ଆରମ୍ଭ ହେବା ପୂର୍ବରୁ ସାଲଭେଙ୍କୁ ପଚାରିଥିଲେ ଲଣ୍ଡନରେ ସମୟ କେତେ ହୋଇଛି।
ସାଲଭେ କାହାଥିଲେ ସକାଳ ୬.୪0। ସେ କହିଥିଲେ ରାତିରୁ ଉଠିଲିଣି, କୋର୍ଟ କାମ ସରିଲେ ଯାଇ ଟିକେ ଶୋଇବି।

ଗତକାଲି ଅନୁଷ୍ଠିତ ଭରଚୁଆଲ କୋର୍ଟରେ ପ୍ରଧାନ ବିଚାରପତି ନଗପୁରସ୍ଥିତ ତାଙ୍କ ନିଜ ଘରେ ରହି ଶୁଣାଣି କରୁଥିଲେ। ତାଙ୍କ ଘର ଦେଖି ତୁଷାର ମେହଟା ବେଶ ପ୍ରଭାବିତ ହୋଇ ପଡ଼ିଥିଲେ। କହିଥିଲେ ଘରଟି ବେଶ ସୁନ୍ଦର ହୋଇଛି। ମୁଖ୍ୟ ବିଚାରପତି କହିଥିଲେ ପୁରଣା ଘରର ଗୋଟେ ନିଆରା ସୁନ୍ଦରତା ଥାଏ।

ସବୁଠାରୁ କୌତୁହଳର କଥା ରଥଯାତ୍ରା ଅନୁଷିତ ସମ୍ପର୍କରେ ରାୟ ଶୁଣାଇବା ବେଳକୁ ହଠାତ ମୁଖ୍ୟ ବିଚାରପତିଙ୍କ ମାଇକ ଖରାପ ହୋଇ ଯାଇଥିଲା।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions