କଟକ ୧୪/୧୨ : ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର)ର ଅଧିକାରୀମାନେ ଆଜି ଅନୁଗୁଳ ଓ କଟକରେ ଥିବା ବିଭନ୍ନ ସେଲ୍ଟର ହୋମ୍ରେ ପହଂଚି ସେ ସବୁର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ସବୁଠାରେ କେନ୍ଦ୍ର ସରକାରଙ୍କ ନୀତି ନିର୍ଦ୍ଦେଶ ଓ ଅନ୍ୟାନ୍ୟ ନିୟମାବଳୀ କିଭଳି ପାଳନ କରାଯାଉଛି ତାହା ତଦାରଖ କରିଥିଲେ । ଏହି ପ୍ରତିନିଧିଦଳ ଗତକାଲି ଝାରସୁଗୁଡ଼ା, କୋରାପୁଟ ଓ ବଲାଙ୍ଗିର ଆଦି ଗସ୍ତ କରି ସେଲ୍ଟର ହୋମ୍ଗୁଡ଼ିକର ଅବସ୍ଥା ଯାଂଚ କରିଥିଲେ । ନିକଟରେ ଗୁଡ଼୍ ନ୍ୟୁଜ୍ ପରିଚାଳିତ ବେଲଟିକିରି ସେଲ୍ଟର ହୋମ୍ରେ ଯୋ÷ନ ନିର୍ଯାତନା ଅଭିଯୋଗ ପଦାକୁ ଆସିବାପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଏଭଳି ବେଆଇନ୍ କାର୍ଯ୍ୟର ତଦନ୍ତ ପାଇଁ ଏନ୍ସିପିସିଆର ଟିମ୍ ଓଡ଼ିଶା ଆସିଛି ।