ଅପରାଧ

ଅନୁଭବଙ୍କୁ ହତ୍ୟା ଧମକ ମାମଲା : ଗିରଫ ହେଲେ ଅଭିଯୁକ୍ତ କାଳିଆ ବାରିକ

Published

on

ଗଞ୍ଜାମ ୧୯/୫ : ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଜଣକ ଗିରଫ ହୋଇଛନ୍ତି । ଗଞ୍ଜାମରୁ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ପୁରୀଘାଟ ଥାନା ପୁଲିସ । ଅଭିଯୁକ୍ତ ଜଣକ କାଳିଆ ବାରିକ ବୋଲି ଜଣାପଡିଛି । ସେ କଟକ ଝାଞ୍ଜିରୀ ମଙ୍ଗଳା ଅଂଚଳରେ ରହୁଥିଲା । କିଛି ଦିନ ପୂର୍ବେ ହ୍ୱାଟସଅପ୍ ଜରିଆରେ ସାଂସଦ ଅନୁଭବଙ୍କୁ ହତ୍ୟା ଧମକ ମିଳିଥିଲା । ୧୦ଲକ୍ଷ ଟଙ୍କା ନଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ ଅଭିଯୁକ୍ତ ।
ସୂଚନା ଯୋଗ୍ୟ, କେନ୍ଦ୍ରାପଡ଼ା ଲୋକସଭା ଆସନରେ ଭାଗ୍ୟ ପରୀକ୍ଷା କରିଛନ୍ତି ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି। ସେ ବିଜେପିର ହେଭିୱେଟ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଛନ୍ତି। ଅନୁଭବ ଗତ ୨୦୧୪ ମସିହାରୁ ରାଜ୍ୟସଭା ସାଂସଦ ଅଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version