ପୁରୀ ୮/୪ : ଶ୍ରୀମନ୍ଦିରରେ ଖସପଡ଼ା ନୀତି ଅନୁଷ୍ଠିତ ହେବ । ସେଥିଲାଗି ଶ୍ରୀଜୀଉଙ୍କ ଦର୍ଶନ ଚାରି ଘଣ୍ଟା ପାଇଁ ବନ୍ଦ ରହିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖସାପଡ଼ା ଏକ ଗୁପ୍ତନୀତି ଅଟେ । ଏଥିରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଖଳି ଲଗାଯାଇ ଏକ ଶ୍ୱେତ ବସ୍ତ୍ର ଗୁଡ଼ାଇ ଦିଆଯାଇଥିଲା । ଗୁପ୍ତନୀତି ଯୋଗୁଁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ବନ୍ଦ ରହିବ । କିନ୍ତୁ ଭକ୍ତମାନେ ମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ବୋଲି ପ୍ରଶାସନ ସୂଚନା ଦେଇଛି ।