Sports

ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ୨୦୨୨ ମଧ୍ୟଭାଗ ଶୁଦ୍ଧା ଶେଷ ହେବ

Published

on

ଭୁବନେଶ୍ୱର: ରାଉରକେଲାରେ ପ୍ରତିଷ୍ଠା ହେବାକୁ ଥିବା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାମ ଆସନ୍ତା ୨୦୨୨ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T), ଭି.କେ. ପାଣ୍ଡିଆନ ଏବଂ କ୍ରୀଡା ଓ ଯୁବ ସେବା ବିଭାଗର ସବତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ମଙ୍ଗଳବାର ଦିନ ରାଉରକେଲା ଯାଇ ବିପିୟୁଟି ପରିସରରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଆନ୍ତଜଜାତୀୟ ହକି ଷ୍ଟାଡିୟମ ସ୍ଥାନ ପରିଦର୍ଶନ କରିଥିଲେ। ଆସନ୍ତା ୨୦୨୨ ମଧ୍ୟଭାଗ ସୁଦ୍ଧା ଏହାକୁ ସଂପୁର୍ଣ୍ଜ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ରାଉରକେଲାର ଏକ ଆନ୍ତଜଜାତିୟ ମାନର ହକି ଷ୍ଟାଡିୟମ ନିର୍ମାଣ କରାଯିବା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ଘୋଷଣା କରିଥିଶଲ। ଏହି ନୂଆ ଷ୍ଟାଡିୟମ ଜାନୁଆରୀ ୨୦୨୩ରେ ଓଡିଶାରେ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ୱକପ ର ଅେୟତମ ଆଶୟାଜେ ସ୍ଥଳ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ଦେଶର ସର୍ବ ବୃହତ ହକି ଷ୍ଟାଡିୟମ ହେବ ଏବଂ ଏଥିରେ ଏକା ସାଙ୍ଗରେ କୋଡିଏ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

ବିପିୟୁଟି ପରିସରରେ ହେବାକୁ ଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମ ଉଭୟ ଖେଳାଳି ଓ ଦର୍ଶକଙ୍କୁ ଯେପରି ବିଶ୍ୱସ୍ତରୀୟ ଅନୁଭୁତି ପ୍ରଦାନ କରି ପାରିବ ତାକୁ ଦୃଷ୍ଟିରେ ରଖି ଏହାର ଡିଜାଇନ ପ୍ରସ୍ତୁତି କରାଯାଉଛି। ବିଶ୍ୱର ଅତ୍ୟାଧୁନିକ ଏବଂ ସମନ୍ୱିତ ହକି ଷ୍ଟାଡିୟମ ଭାବେ ଏହାକୁ ଗଢିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ମୁଖ୍ୟ ପିଚ ସହ ଫ୍ଲଡ ଲାଇଟ, ଅଭ୍ୟାସ ପିଚ , ଜିମ, ହାଇଦ୍ରୋ ଥିରାପି, ମିଡିଆ କେନ୍ଦ୍ର, ବେତାର କେନ୍ଦ୍ର ସହିତ ପାର୍କିଂ ଏବଂ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା ରହିବ।

ସୁନ୍ଦରଗଡ ଜିଲ୍ଲା ହକି ଖେଳାଳୀଙ୍କ ପାଇଁ ପ୍ରସିଦ୍ଧ। ଭାରତୀୟ ହକିକୁ ସୁନ୍ଦରଗଡର ମହାନ ଅବଦାନ ପ୍ରତି ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି । ଏହି ଷ୍ଟାଡିୟମ ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ଏକ ପ୍ରମୁଖ୍ ସ୍ଥାନରେ ପରିଣତ ହେବ।

ମୁଖ୍ୟ ଶାସାନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଏହି ପ୍ରକଳ୍ପ ସମ୍ପର୍କରେ କ୍ରୀଡା ବିଭାଗର ସ୍ବତନ୍ତ୍ର ସଚିବଙ୍କ ସହ ଆଲୋଚନ କରିଥିଲେ। ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ପ୍ରକଳ୍ପ ସମ୍ପର୍କରେ ବିସ୍ତ୍ରୃତ ଉପସ୍ଥାପନ କରାଯିବ।

Leave a Reply

Your email address will not be published. Required fields are marked *

Trending

Exit mobile version