ମୁନିଗୁଡା ୨୧/୬ : ଅନ୍ଧବିଶ୍ୱାସରେ ଶୀକାର ହୋଇ ରାୟଗଡା ଆମ୍ବଦୋଳା ଥାନା ସୁକଲାଭଟା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସେଠାରେ ବଡ ଭାଇଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ହାଣିଛି ସାନ ଭାଇ । ଅମ୍ବାଦୋଳା ଥାନା ସୁକଲାଭଟା ଗାଁରେ ଗୁଣି ସନ୍ଦେହରେ ଡବଲ ମର୍ଡର ହୋଇଥିବା ସୂଚନା ମିଳିଛି । ଗୁଣି ଗାରେଡି ସନ୍ଦେହରେ ଜଙ୍ଗଲରେ ପ୍ରଥମେ ମକର ନାୟକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ବଡ ଭାଇକୁ ମାରିଥିବା ଅଭିଯୁକ୍ତଙ୍କୁ ଗାଁ ଦାଣ୍ଡରେ ଆଜି ହତ୍ୟା କରିଛି ସାନଭାଇ ନକୁଳ ନାୟକ । ଗାଁକୁ ଆସି ହତ୍ୟା କରିଥିବା ଅଭିଯୁକ୍ତ ନିଜେ ସ୍ୱୀକାର ପରେ ସାନ ଭାଇ ବଡଭାଇ ହତ୍ୟାର ପ୍ରତିଶୋଧ ନେଇଛି ।