Nation

ଅନ୍ଧାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସ

Published

on

ନୂଆଦିଲ୍ଲୀ: କେନ୍ଦ୍ର ଶାସ୍ତ୍ରୀ ଭବନ ରେ ଗତ ସୋମବାର ଅନ୍ଧକାର ଛାଇଗଲା। ଭବନରେ କାର୍ଯ୍ୟ କରୁଥିବା ଶିକ୍ଷା ମନ୍ତ୍ରଣାଳୟରେ ଅନ୍ଧାରର ରାଜତ୍ୱ ଫଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବାଧା ଉପୁଜିଥିଲା।

ଆଇ ଆଇ ଟି ଦିଲ୍ଲୀ, ଆଇ ଆଇ ଟି ଇନ୍ଦୋର ଓ ଆଇ ଆଇ ଟି ମଣ୍ଡି ନିର୍ଦେଶକ ମନୋନୟନ ପାଇଁ ଚାଲିଥିବା ବୈଠକ ବାଧାପ୍ରାପ୍ତ ହୋଇଥିଲା। ମନ୍ତ୍ରଣାଳୟର ଅଫିସର ଓ କର୍ମଚାରୀମାନେ ଅନ୍ଧକାର ଯୋଗୁଁ କିଛି ସମୟ ପାଇଁ ଅଚଳ ହୋଇ ପଡ଼ିଥିଲେ।

ଶାସ୍ତ୍ରୀ ଭବନର କରିଡ଼ର୍ ରେ କୌଣସି ଝରକା ନଥିବାରୁ ସେଠାରେ ଘନ ଅନ୍ଧକାର ଆଚ୍ଛନ୍ନ କରିଥିଲା। ଭବନରେ ଅବସ୍ଥିତ ଅନ୍ୟ ମନ୍ତ୍ରଣାଳୟର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ତେବେ ବିଜୁଳି ଯୋଗାଣ ସ୍ୱାଭାବିକ ହେବା ପରେ ଭବନରେ ସ୍ୱାଭାବିକ ପରିସ୍ଥିତି ଆସିଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version