ନିମାପଡ଼ା ୧୮/୧ : ବହୁ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ନିମାପଡ଼ା ପୋଲିସ ଜଣେ ସମିତିସଭ୍ୟଙ୍କୁ ଗିରଫ କରିଛି । ଏହି ବ୍ୟକ୍ତିଜଣକ ହେଲେ ରାହୁଳ ନାୟକ । ସେ ବର୍ତ୍ତମାନ ଅରିଷଣ୍ଢ ପଂଚାୟତ ସମିତି ସଭ୍ୟ ଅଛନ୍ତି । ଅରିଷଣ୍ଢ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ପ୍ରାୟ ୧୦୦ ପାଖାପାଖି ଆକାଉଣ୍ଟରୁ ସେ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।