ରାଜ୍ୟ

ଅନ୍‌ଲାଇନ୍‌ରେ ବିଶ୍ୱ ପୁସ୍ତକ ଦିବସ ସମାରୋହ:କଳାହାଣ୍ଡି ଯୁବ ଲେଖକ ସମାବେଶର ନିଆରା ପ୍ରୟାସ

Published

on

କଳାହାଣ୍ଡି,୨୪/୪: କରୋନା ମହାମାରୀ ଯୋଗୁଁ ସମଗ୍ର ରାଜ୍ୟ, ଦେଶ ତଥା ବିଶ୍ୱର ଅନେକ ଅଂଚଳ ଲକ୍‌ଡାଉନ୍‌ରେ ଥିବା ତଥା ସାମାଜିକ ଦୂରତ୍ୱ ରକ୍ଷା ଯୋଗୁଁ ସାହିତ୍ୟିକ ସମାବେଶମାନ ଏକପ୍ରକାର ଠପ୍ ହୋଇଯାଇଛି । ତେବେ ଏହି ପ୍ରତିବନ୍ଧକ କମାଇ ଦେଇପାରିନି ସାହିତ୍ୟପ୍ରେମୀଙ୍କ ହୃଦୟର ଆବେଗକୁ । ଘରୁ ନ ବାହାରି ବି ସେମାନେ ହୋଇଛନ୍ତି ଏକତ୍ରିତ । ଏଥିପାଇଁ ମାଧ୍ୟମ ସାଜିଛି ଇଣ୍ଟର୍‌ନେଟ୍ ଓ ପ୍ରଯୁକ୍ତି ବିଦ୍ୟା ।

ବିଶ୍ୱ ପୁସ୍ତକ ଦିବସ ଅବସରରେ କଳାହାଣ୍ଡି ଯୁବ ଲେଖକ ସମାବେଶ ଆୟୋଜନ କରିଛି ଅନ୍‌ଲାଇନ୍ ସମାରୋହ । ଏଥିରେ ଜିଲ୍ଲାର ଯୁବ ଲେଖକମାନେ ଘରେ ଥାଇ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏକତ୍ରିତ ହୋଇ ପରସ୍ପର ମଧ୍ୟରେ ମତ ବିନିମୟ କରିଥିଲେ ।

ସମାବେଶର ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଅନ୍ୟତମ ଆବାହକ ସୁଶୀଲ କୁମାର ବାଗ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଯୁବକବି ଡିଲେଶ୍ୱର ରଣା । ଏଥିରେ ଯୁବକବି ହେମନ୍ତ ସାହୁ, ଯାଦବେନ୍ଦ୍ର ସାହା, ଅର୍ଜୁନ ଗୋପାଳ, ସଂହିତା ରଥ, ଆନନ୍ଦ ସଗରିଆ, ସ୍ନିଗ୍ଧାରାଣୀ ସିଂ ପ୍ରମୁଖ କବିତା ପାଠ ଓ ସେଗୁଡ଼ିକର ଚର୍ଚ୍ଚା କରିଥିଲେ ।

ଯୁବ ଲେଖକମାନେ ବ୍ୟକ୍ତିଗତ ଭାବେ କରୋନା ସଚେତନତା ଦିଗରେ ପ୍ରୟାସ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି, ପିଏମ୍ କେୟାର୍ ପାଣ୍ଠି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଦିକୁ ଆର୍ଥକ ସହାୟତା କରିଥିବା ବେଳେ ଆଗାମୀ ଦିନରେ ଏଭଳି ପ୍ରୟାସ ବ୍ୟାପକ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ଯୁବକବି ନଳୀନକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version