ଅପରାଧ

ଅବକାରୀ ବିଭାଗ ଚଢାଉ : ନକଲି ମଦ କାରଖାନା ଠାବ, ୪ ଗିରଫ

Published

on

ଭୁବନ ୨୯/୫ : ଢେଙ୍କାନାଳ ଜିଲ୍ଲାରେ ନକଲି ମଦ କାରଖାନା ନେଇ ମଧ୍ୟ ବହୁ ଦିନ ହେଲା ଅଭିଯୋଗ ହୋଇ ଆସୁଛି । ଆଜି ପୋଲିସ ଏବଂ ଅବକାରୀ ବିଭାଗ ଜିଲ୍ଲାର ଭୁବନ ଅଂଚଳରେ ଚଢାଉ କରି ଏକ ନକଲି ମଦ କାରଖାନା ଠାବ କରିଛି । ଏହି କାରଖାନାଟି ଭୁବନରୁ ବୁଦେ୍ଧଶ୍ୱର ଯିବା ରାସ୍ତାରେ ଚାଲିଥିବା ସୂଚନା ମିଳିଛି ।ଅବକାରୀ ବିଭାଗ ଏହି ନକଲି କାରଖାନାରେ ଚଢାଉ କରି ବହୁ ପରିମାଣର ବେଆଇନ ସାମଗ୍ରୀ ଜବତ କରିଛି । ଘଟଣାସ୍ଥଳରୁ ବହୁ ପରିମାଣରେ ନକଲି ମଦ, ୬୫୦ ଲିଟର ସ୍ପିରିଟ, କାରମେଲ, ୨ହଜାର ଠିପି, ୪୦୦୦ ସିଲ, ୨ଟି ପ୍ୟାକିଙ୍କ ମେସିନ, ଖାଲି ବୋତଲ ଏବଂ ଏକ କାର ମଧ୍ୟ ଜବତ ହୋଇଛି । ତେବେ ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version