Nation

ଅବୁଝାଙ୍କୁ ବୁଝାଇବା ହେବ ବିଜେପି କର୍ମୀଙ୍କ ମୋଦିଙ୍କୁ ସବୁଠୁ ବଡ ଜନ୍ମଦିନ ଉପହାର

Published

on

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକସ୍ତରୀତମ ଜନ୍ମଦିନ ପାଳନ ପାଇଁ ବିଜେପି ଦଳ ପକ୍ଷରୁ ତିନି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ମୋଦିଙ୍କ ଜନ୍ମଦିନ ଦିନ ଗତକାଲି ଦୁଇ କୋଟିରୁ ଉର୍ଦ୍ଧ ଦେଶବାସୀଙ୍କୁ କୋଭିଡ ଟୀକା ଦିଆଯିବା ଘଟଣା ଟୀକାକରଣ ବ୍ୟବସ୍ଥାରେ ଏକ ନୁଆ ରେକର୍ଡ ସୃଷ୍ଟି ହୋଇଛି।

ତେବେ ଏହି ଟୀକାକରଣ ବାବଦରେ ଯେଉଁ ଦାଇତ୍ୱ ଦଳର କାର୍ଯ୍ୟକର୍ତା ଓ କର୍ମୀମାନଙ୍କୁ ଦିଆ ଯାଇଛି ତାହା ଏକ ଦୁରୂହ ବ୍ୟାପାର। ନିର୍ଦେଶ ଅଛି ପ୍ରତ୍ୟେକ କର୍ମୀ ଦଶ ରୁ ପନ୍ଦରଜଣ ଲୋକଙ୍କୁ ଟୀକା ଦେବାର ବନ୍ଦୋବସ୍ତ କରିବେ। କେଉଁମାନକୁ ଯେଉଁମାନେ ଟୀକାନେବାକୁ ରାଜି ହେଉନଥିବେ।

ଏ ଏକ ମୁସ୍କିଲ ବ୍ୟାପାର।

ତେବେ ଦଳର ରାଷ୍ଟ୍ରୀୟ ଅଧକ୍ଷ ଜେ ପି ନଡ୍ଡା କର୍ମୀମାନଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଏହା ହିଁ ହେବ ସେମାନଙ୍କର ମୋଦିଙ୍କୁ ସବୁଠୁ ବଡ ଜନ୍ମଦିନ ଉପହାର।

Leave a Reply

Your email address will not be published. Required fields are marked *

Trending

Exit mobile version