କଟକ ୫/୧୨ : ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ପ୍ରତି ଅରୁଚିକର ଟିପ୍ପଣୀ ଦେଇଥିବା ଅଭିଯୋଗରେ ଗିରଫ ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ରଙ୍କୁ ଶେଷରେ ଜାମିନ୍ ମିଳିଛି । ଓଡ଼ିଶା ହାଇକୋର୍ଟ ଆଜି ତାଙ୍କ ଜାମିନ୍ ମଞ୍ଜୁର କରିଛନ୍ତି । ହାଇକୋର୍ଟର ଏକ ଖଣ୍ଡପୀଠ କହିଛନ୍ତି ନିମ୍ନ ଅଦାଲତ କେତେକ ନିର୍ଦ୍ଦିଷ୍ଟ ସର୍ତରେ ତାଙ୍କୁ ଜାମିନ ପ୍ରଦାନ କରିବେ । ସହିଦନଗର ଓ କୋଣାର୍କ ଥାନାରେ ହୋଇଥିବା ମାମଲାରେ ଏହି ଜାମିନ ମଞ୍ଜୁର କରାଯାଇଛି । ଅଭିଜିତ୍ଙ୍କୁ କ୍ଷମା କରି ତାଙ୍କ ବିରୁଦ୍ଧରେ ଥିବା ସବୁ ମାମଲାକୁ ପ୍ରତ୍ୟାହାର କରିବାପାଇଁ ରାଜ୍ୟ ସରକାର ଗତକାଲି ନିଷ୍ପତ୍ତି ନେଇଥିଲେ । ପୂର୍ବରୁ ରାଜ୍ୟ ବିଧାନସଭା ଗୃହ କମିଟି ମଧ୍ୟ ଅଭିଜିତ୍ ଆୟାରଙ୍କୁ କ୍ଷମା କରିଦେଇଥିଲା ।