ଭୁବନେଶ୍ୱର ୨/୧୨ : ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ର ଜେଲରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଛନ୍ତି । ପୋଲିସ ତାଙ୍କୁ ଝାରପଡ଼ା ଜେଲ୍ରୁ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି । ତାଙ୍କ ପେଟରେ ଯନ୍ତ୍ରଣା ହେଉଥିବା ସୂଚନା ମିଳିଛି । ଓଡ଼ିଶାର ସଂସ୍କୃତି ଓ ଐତିହ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ଗତ ଅକ୍ଟୋବର ୨୩ ତାରିଖରେ ଗିରଫ କରାଯାଇଥିଲା ।