ଦେଶ ବିଦେଶ

ଅଭିଯୋଗ ମିଳିଲେ ୧୦୦ ମିନିଟ୍ରେ କାର୍ଯ୍ୟାନୁଷ୍ଠାନ : ନିର୍ବାଚନ କମିଶନ

Published

on

ଭୁବନେଶ୍ୱର ୧୫ : ଆଜି ଭୁବନେଶ୍ୱରରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ସମୀକ୍ଷାର ଦ୍ୱିତୀୟ ଦିନରେ ନିର୍ବାଚନ କମିଶନ ମୁକ୍ତ ଏବଂ ଅବାଧ ନିର୍ବାଚନ କିପରି କରାଯିବ ସେ ଦିଗରେ ଆଲୋଚନା ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
କମିଶନ କହିଛନ୍ତି ଯେ, ନିରାପଦ ପରିବେଶରେ ନିର୍ବାଚନ ଶେଷ ହେବ । କିଭଳି ନିର୍ବାଚନକୁ ଅବାଧ କରାଯାଇ ପାରିବ ସେଥିପାଇଁ ସିଟିଜେନ ଭିଜିଲାନ୍ସ ଆପ୍ ପ୍ରସ୍ତୁତ କରାଯାଇଛି । ଯଦି କୌଣସୀ ସ୍ଥାନରେ ଅନିୟମିତତା ନେଇ ଖବର ଆସେ ତେବେ କୌଣସୀ ବ୍ୟକ୍ତି ଫଟୋଗ୍ରାଫ ନେଇ ଆପରେ ଅଭିଯୋଗ କରିପାରିବେ । ଅଭିଯୋଗ ମିଳିଲେ ୧୦୦ ମିନିଟ ଭିତରେ ଏନେଇ ଅବଗତ କରାଯିବ । ଏହାସହ ଆସନ୍ତା ୧୭ ଏବଂ ୨୩ ତାରିଖରେ ଏକ କ୍ୟାମ୍ପ ଅନୁଷ୍ଠିତ ହେବ । ଏହି କ୍ୟାମ୍ପରେ ଯେଉଁମାନଙ୍କର ବୋଟର ତାଲିକାରୁ ନାମ କଟିଛି ସେମାନେ ପୁନଶ୍ଚନିଜ ନାମକୁ ସାମିଲ କରିପାରିବେ ।
ସମୀକ୍ଷା ବୈଠକ ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ମୁକ୍ତ ଏବଂ ଅବାଧ ନିର୍ବାଚନ କରିବା ନେଇ ବୈଠକରେ ଆଲୋଚନା ହୋଇଛି । ନିର୍ବାଚନ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ସମସ୍ତ ବୁଥରେ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଆଦି ବ୍ୟବସ୍ଥା ପ୍ରସଙ୍ଗରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହାସହ ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ କିଭଳି କଡାକଡି ଭାବେ ପାଳନ କରାଯିବ ସେ ଦିଗରେ ଧ୍ୟାନ ଦିଆଯିବ ।
ସେହିପରି ସମୀକ୍ଷା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଆରପି ଶର୍ମା । ସେ କହିଛନ୍ତି ଯେ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ଉପରେ ବିଶେଷ ଧ୍ୟାନ ରହିବ । ମାଓପ୍ରବଣ ଅଂଚଳରେ ସୁରକ୍ଷା ବ୍ୟାବସ୍ଥାକୁ ଆହୁରି କଡାକଡି କରାଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version