ଅପରାଧ

ଅମାନବୀୟ କାଣ୍ଡ : ବ୍ଲେଡରେ ପ୍ରେମିକାର ବେକ-କାନ କାଟିଦେଲା ପ୍ରେମିକ

Published

on

ବାଲେଶ୍ୱର ୧୮/୫ : ଯେଉଁ ଝିଅକୁ ପ୍ରେମ କରୁଥିଲା ସେହି ଝିଅର ଗଳା କାଟି ଦେବାପାଇଁ ସାମାନ୍ୟ ପଛଘୁଂଚା ଦେଲାନାହିଁ ଜହ୍ଲାଦ ପ୍ରେମିକ । ବାଲିଆପାଳର ଜଣେ ନାବାଳିକାଙ୍କ ସହିତ ରଙ୍ଗ୍ ନମ୍ବରରେ କଥାବାର୍ତ୍ତା ପରେ ଏକ ଅଜଣା ଯୁବକର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅଚିହ୍ନା ଯୁବକକୁ ବିଶ୍ୱାସ କରି ବିବାହ କରିବା ପାଇଁ ପ୍ରେମିକ ସହ ଘରୁ ଚାଲିଆସିଥିଲେ ଏହି ନାବାଳିକା । ହେଲେ ବିବାହ ପୂର୍ବରୁ ପ୍ରେମିକ ଜଣକ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିବାରୁ ସେ ଏହାକୁ ବିରୋଧ କରିଥିଲେ ।
ଏଥିରେ ଉତକ୍ଷିପ୍ତ ହୋଇ ନୃଶଂସ ପ୍ରେମିକ ଏକ ବ୍ଲେଡରେ ତାଙ୍କ ଗଳା ଓ କାନକୁ କାଟି ପକାଇଥିବା ଅଭିଯୋଗ ହୋଇଛି । ଏପରିକି ଗୁରୁତର ଅବସ୍ଥାରେ ରକ୍ତ ଜୁଡୁବୁଡୁ ନାବାଳିକାଙ୍କୁ ମଧୁପୁରା ପଂଚାୟତ ହାସିମପୁରରେ ଏକ ନିଛାଟିଆ ରାସ୍ତାରେ ଫିଙ୍ଗିଦେଇ ଚାଲି ଯାଇଥିଲା ପ୍ରେମିକ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲେଶ୍ୱର ହସପିଟାଲରେ ଭର୍ତି କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version