ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧକ୍ଷ ବିବେକ ଦେବରାୟ ଅନ-ଲାଇନରେ ମାଗାଇଥିଲେ ଫିଲିପସର ଇସ୍ତ୍ରୀ ବାକ୍ସ। ହେଲେ ଆମାଯୋନର ପ୍ୟାକେଟ ଖୋଲିଲା ବେଳକୁ ସେଥିରୁ ବାହାରିଲା ଶଙ୍ଖ ଏବଂ ବ୍ରସ।
ଏହି କଥା ଏବେ ଦେବରାୟ ତାଙ୍କ ଟ୍ଵିର୍ଟର ହ୍ୟାଣ୍ଡଳରେ ଉଲ୍ଲେଖ କରିଛନ୍ତି। ତେବେ ଏହା ମଧ୍ୟ ଲେଖିଛନ୍ତି ଯେ ଅନ୍ୟମାନେ ଏଭଳି ଅସୁବିଧା ଭୋଗୁଥିବା ବେଳେ ସେମାନଙ୍କୁ ତାତ୍ସଲ୍ୟ କରୁଥିଲି, ଏବେ ଭୁକ୍ତଭୋଗୀ।