ଦେଶ ବିଦେଶ

ଅମିତାଭ ଘୋଷଙ୍କୁ ଜ୍ଞାନପୀଠ ପୁରସ୍କାର

Published

on

ନୂଆଦିଲ୍ଲୀ ୧୪/୧୨ : ପ୍ରଖ୍ୟାତ ଔପନ୍ୟାସିକ ଅମିତାଭ ଘୋଷ ଚଳିତ ବର୍ଷର ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏହା ହେଉଛି ଦେଶର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର । ଆଜି ଦିଲ୍ଲୀରେ ଅନୁଷ୍ଠିତ ଜ୍ଞାନପୀଠ ପୁରସ୍କାର ଚୟନ କମିଟି ବୈଠକରେ ସର୍ବସମ୍ମତିକ୍ରମେ ଶ୍ରୀ ଘୋଷଙ୍କୁ ପୁରସ୍କାର ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଇଂରାଜୀରେ ଉପନ୍ୟାସ ଲେଖୁଥିବା ଦେଶର କେତେଜଣ ହାତ ଗଣତି ଲେଖକଙ୍କ ମଧ୍ୟରୁ ଶ୍ରୀ ଘୋଷ ଅନ୍ୟତମ । ଦି ସର୍କଲ ଅଫ୍ ରିଜନ, ସ୍ୟାଡୋ ଲାଇନ୍ସ, ସି ଅଫ୍ ପପିଜ୍ ଆଦି ଇଂରାଜୀ ଉପନ୍ୟାସ ପାଇଁ ସେ ଆନ୍ତର୍ଜାତିକ ଖ୍ୟାତି ହାସଲ କରିଛନ୍ତି । ୨୦୦୭ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version