ଦେଶ ବିଦେଶ

ଅମିତ ଶାହା ଅସୁସ୍ଥ, ଓଡ଼ିଶା ଗସ୍ତ ସ୍ଥଗିତ

Published

on

ଭୁବନେଶ୍ୱର ୧୭/୧ : ବିଜେପି ସଭାପତି ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ବାତିଲ କରାଯାଇଛି । ସେ ଆସନ୍ତା କାଲି ରାଜ୍ୟ ଗସ୍ତରେ ଆସି ସାଲେପୁରର କୁଳିଆ ଠାରେ ଏକ ସଭା କରିବାର ଥିଲା । ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାରୁ ଆସନ୍ତା କାଲି ଓଡ଼ିଶା ଆସିପାରିବେ ନାହିଁ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ଅମିତ ଶାହା ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ସେ ସୁସ୍ଥ ହୋଇ ଫେରିବା ପରେ ତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପୁଣିଥରେ ସ୍ଥିର ହେବ ।

Leave a Reply

Your email address will not be published. Required fields are marked *

Trending

Exit mobile version