ରାଜ୍ୟ

ଅମ୍ଫାନ କନ୍ୟାକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ଅମ୍ଫାନ କନ୍ୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ତାଙ୍କ ଫେସଵୁକ ରେ ଏକ ବାର୍ତ୍ତା ପୋଷ୍ଟ କରି ମହାକାଳପଡ଼ାରେ ଅମ୍ଫାନ ବାତ୍ୟା ସମୟରେ ଏକ ଅଗ୍ନିଶମ ଗାଡ଼ିରେ ଜନ୍ମ ନେଇଥିବା ଶିଶୁ କନ୍ୟା ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ଅମ୍ଫାନ ବାତ୍ୟା ତାର ତାଣ୍ଡବଲୀଳା ଓଡ଼ିଶା ତଟବର୍ତୀ ଅଂଚଳରେ ଦେଖାଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜହାଂରା ଗାଁର ଝରଣା ସେଠୀଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ହେଲେ ରାସ୍ତାଘାଟରେ ଗଛ ଭାଙ୍ଗି ପଡ଼ିଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସି ପାରିନଥିଲା । ତେବେ ଅଗ୍ନିଶମ ବିଭାଗର କର୍ମଚାରୀମନେ ରାସ୍ତା ସଫା କରି ଗାଁରେ ପହଞ୍ଚି ଥିଲେ। ଏବଂ ପ୍ରସୂତୀ ମହିଳାଙ୍କ ଅବସ୍ଥା ଦେଖି ତାଙ୍କୁ ତାଙ୍କ ଗାଡିରେ ଧରି ମହାକାଳପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ବାହାରିଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ବାଟରେ ହିଁ ଝରଣା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ଅମ୍ଫାନର ବର୍ଷା ତୋଫାନ ରେ ଜନ୍ମ ନେଇଥିବା ଶିଶୁ କନ୍ୟାକୁ ବର୍ତ୍ତମାନ ଗାଁ ଲୋକ ଅମ୍ଫାନ କନ୍ୟା ନାମ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କେନ୍ଦ୍ରାପଡା ଅଗ୍ନିଶମ ବିଭାଗର କର୍ମଚାରୀଙ୍କର ମାନବିକତାର ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version