ଡ଼ଲଫିନ ପ୍ରଧାନ
କେନ୍ଦ୍ରାପଡା : ମା ଓ ନବଜାତ ଶିଶୁ ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ ବିଭାଗ । ଅମ୍ଫାନ ବାତ୍ୟାର ପ୍ରକୋ ପରେ ଫସି ରହିଥିବା ଗର୍ଭବତୀ ମହିଳାଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ମହାକାଳପଡା ପ୍ରାର୍ଥମିକ ଚିକିତ୍ସାଳୟରେ ଭର୍ତ୍ତି କଋଛନ୍ତି ।

ଆଜି ସକାଳେ ଜାହାନର ଗାଁର ଜାନକୀ ସେଠୀଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ଆମ୍ବୁଲାନ୍ସକୁ ଘର ଲୋକ ଯୋଗାଯୋଗ କରିଥିଲେ। ହେଲେ ରାସ୍ତାରେ ଗଛ ପଡି ରାସ୍ତା ବନ୍ଦ ଥିବାରୁ ଅମ୍ବୁଲାନ୍ସ ଆସିପାରି ନଥିଲା। ପରିବାର ଲୋକେ ଏମର୍ଜେନ୍ସି ନମ୍ବରରେ କଲ କରିବା ପରେ ସେହି ସ୍ଥାନରେ ଅଗ୍ନିଶମ ବିଭାଗ ଆସି ପହଂଚିଥିଲା । ଅଗ୍ନିଶମ ବିଭାଗ ଗଛ କାଟି ରାସ୍ତା ସଫା କରିବା ପରେ ତାଙ୍କର ଗାଡ଼ିରେ ପ୍ରସୂତିଙ୍କୁ ଡକ୍ଟରଖାନାକୁ ନେଇଥିଲେ। ହେଲେ ଡାକ୍ତରଖାନା ପହଂଚିବା ପୂର୍ବରୁ ରାସ୍ତାରେ ମହିଳା ଜଣଙ୍କ ଅଗ୍ନିଶମ ଗାଡି ଭିତରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।
କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗ ର କର୍ମଚାରୀ ବୀରବର ତୁଡୁ କହିଛନ୍ତି ଯେ, ମା ଓ ଶିଶୁଙ୍କୁ ଡାକ୍ତରଖାନା ନିରାପଦରେ ପହଞ୍ଚେଇ ଦିଆ ଯାଇଥିଲା। ଉଭୟେ ମା ଓ ଶିଶୁ ସୁସ୍ଥ ଅଛନ୍ତି ବୋଲି ଡାକ୍ତରଙ୍କ ଠାରୁ ପ୍ରକାଶ।