ଦେଶ ବିଦେଶ

ଅଯାଧ୍ୟା ଶୁଣାଣି ପୁଣି ଘୁଂଚିଲା

Published

on

ନୂଆଦିଲ୍ଲୀ ୧୦/୧ : ଅଯୋଧ୍ୟା ମାମଲା ପାଇଁ ଗଠିତ ୫ ଜଣିଆ ଖଣ୍ଡପୀଠରୁ ବିଚାରପତି ୟୁ.ୟୁ ଲଲିତ ଓହରି ଯାଇଥିବାରୁ ଏହାର ଶୁଣାଣିକୁ ଆସନ୍ତା ୨୯ ତାରିଖକୁ ଘୁଂଚାଇ ଦିଆଯାଇଛି । ଆଜି ଏହି ମାମଲାର ଶୁଣାଣି ହେବାର ଥିଲା । ଖୁବଶୀଗ୍ର ଆଉଜଣେ ବିଚାରପତିଙ୍କୁ ଖଣ୍ଡପୀଠରେ ସାମିଲ କରାଯିବା ପରେ ୨୯ରେ ଏହାର ଶୁଣାଣି କରାଯିବ । ବିଚାରପତି ଲଳିତ ଅତୀତରେ ଏହି ମାମଲାରେ କଲ୍ୟାଣ ସିଂହଙ୍କ ଓକିଲ ଥିବାରୁ ସେ ଖଣ୍ଡପୀଠରେ ରହିବା ଉଚିତ ହେବନାହିଁ ବୋଲି ମୁସଲିମ୍ ସମ୍ପ୍ରଦାୟ ପକ୍ଷର ଓକିଲ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଚାରପତି ଲଳିତ ସ୍ୱତଃପ୍ରବୃତ ଭାବେ ଖଣ୍ଡପୀଠରୁ ଓହରି ଯାଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version