ଦେଶ ବିଦେଶ

ଅଯୋଧ୍ୟା ଜମି ବିବାଦ ମାମଲା : ଆପୋଷ ସମାଧାନ ପାଇଁ ମଧ୍ୟସ୍ଥି କମିଟିକୁ ଅଧିକ ସମୟ ଦେଲେ ସୁପ୍ରିମକୋର୍ଟ

Published

on

ନୂଆଦିଲ୍ଲୀ ୧୦/୫ : ଅଯୋଧ୍ୟା ଜମି ମାଲିକାନା ବିବାଦ ଲାଗି ତିନି ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ମଧ୍ୟସ୍ଥତା ପାନେଲ୍‌ ଗଠନ ଲାଗି ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଅତିରିକ୍ତ ସମୟ ମଞ୍ଜୁର କରିଛନ୍ତି । ବିବାଦର ଆପୋସ ସମାଧାନ ଲାଗି ଅଦାଲତ ଅଗଷ୍ଟ ୧୫ ତାରିଖ ଯାଏଁ ସମୟ ବୃଦ୍ଧି କରିଛନ୍ତି । ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ପାଞ୍ଚ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଶୁକ୍ରବାର ସକାଳେ ଶୁଣାଣି କରିଛି । ଆପୋସ ସମାଧାନର ସନ୍ଧାନ ନେବାକୁ ମଧ୍ୟସ୍ଥତା ପାନେଲ୍‌ ସମୟ ବଢ଼ାଇବାକୁ ଅନୁରୋଧ କରିଥିଲା ।
ଶୁଣାଣି ସମୟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ପାନେଲ୍‌କୁ କହିଲେ ଯେ କେତେ କ’ଣ ଅଗ୍ରଗତି ହୋଇଛି ସେ କଥା ଖଣ୍ଡପୀଠ କହିବ ନାହିଁଟ୍ଟତାହା ଗୋପନୀୟ । ସୁପ୍ରିମକୋର୍ଟଙ୍କୁ ଏହି ପାନେଲ ମୁଦା ଲଫାପା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରି ସାରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version