ନୂଆଦିଲ୍ଲୀ ୨୦/୨ : ୨୬ରେ ହେବ ବହୁ ଚର୍ଚ୍ଚିତ ଅଯୋଧ୍ୟ ମାମଲାର ଶୁଣାଣୀ । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇ ଏହି ଖଣ୍ଡପୀଠରେ ସଦସ୍ୟତା କରିବେ । ଏହି ବେଂଚରେ ଜଷ୍ଟିସ ବୋବଡେ, ଜଷ୍ଟିସ ଚନ୍ଦ୍ରଚୂଡ, ଜଷ୍ଟିସ୍ ଅବଦୁଲ ନଜିର ଏବଂ ଜଷ୍ଟିସ ଅଶୋକ ଭୂଷଣ ସାମିଲ ଅଛନ୍ତି ।
ଏହି ମାମଲାର ଶୁଣାଣି ଇଲାହାବାଦ ହାଇକୋର୍ଟର ସେପ୍ଟେମ୍ବର ୨୦୧୦ର ନିଷ୍ପତି ବିରୋଧରେ କରାଯାଇଥିବା ୧୪ ଅପିଲ ଉପରେ ଅଧାରିତ ହେବ । ଜାନୁଆରୀ ୨୫ରେ ଅଯୋଧ୍ୟା ବିବାଦରେ ଶୁଣାଣି କରିବା ପାଇଁ ଏକ ବେଂଚର ପୁନର୍ଗଠନ କରାଯାଇଥିଲା । ଏଥିରେ ଏନବି ରମଣଙ୍କୁ ସାମିଲ କରାଯାଇ ନଥିଲା ।