ନୂଆଦିଲ୍ଲୀ ୪/୧ : ସୁପ୍ରିମକୋର୍ଟଙ୍କ ଏକ ନୂତନ ଖଣ୍ଡପୀଠ ଅଯୋଧ୍ୟା ମାମଲାର ଶୁଣାଣି କରିବେ । ତେଣୁ ଏହାର ଶୁଣାଣିକୁ ଆସନ୍ତା ୧୦ ତାରିଖକୁ ଘୁଂଚାଇ ଦିଆଯାଇଛି । ଶୁକ୍ରବାର ଏ ସମ୍ପର୍କରେ ନିଷ୍ପତ୍ତି ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏକ ନୂଆ ଖଣ୍ଡପୀଠ ଦ୍ୱାରା ଏହି ପ୍ରସଙ୍ଗରେ ହୋଇଥିବା ୧୪ଟି ଆବେଦନର ଏକତ୍ର ଶୁଣାଣି କରାଯିବ । ମାମଲାର ନିୟମିତ ଶୁଣାଣି କରାଯିବ କି ନାହିଁ ତାହା ନୂତନ ଖଣ୍ଡପୀଠ ସ୍ଥିର କରିବେ । ପୂର୍ବରୁ ଅଯୋଧ୍ୟାର ୨.୭୭ ଏକର ଜମିକୁ ସୁନି ୱାକଫ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମ ଲାଲାଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରିବାକୁ ୨୦୧୦ରେ ଆଲହାବାଦ ହାଇକୋର୍ଟ ରାୟ ଦେଇଥିଲେ । ଏହି ରାୟ ବିରୁଦ୍ଧରେ ବର୍ତ୍ତମାନ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।