ଆଇନ କାନୁନ

ଅଯୋଧ୍ୟା ମାମଲା : ଅତିରିକ୍ତ ଜମି ହସ୍ତାନ୍ତର ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର

Published

on

ନୂଆଦିଲ୍ଲୀ ୨୯/୧ : ନିର୍ବାଚନ ପାଖେଇ ଆସୁଥିବାବେଳେ କେନ୍ଦ୍ର ସରକାର ରାମ ମନ୍ଦିର ପ୍ରସଙ୍ଗକୁ ପୁଣି ଉଜ୍ଜୀବିତ କରିଛନ୍ତି । ଅଯୋଧ୍ୟା ରାମ ଜନ୍ମଭୂମି ଅଂଚଳର ନିର୍ବିବାଦ ଅତିରିକ୍ତ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ହସ୍ତାନ୍ତର କରିବା ଲାଗି ଅନୁମତି ପ୍ରଦାନ ସକାଶେ ସୁପ୍ରିମକୋର୍ଟରେ ଆଜି ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି । ବିବାଦୀୟ ୨.୭୭ ଏକର ଜମି ନିକଟରେ ୬୭ ଏକର ନିର୍ବିବାଦ ଜମି ରହିଛି । ସରକାର ଏହାକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଲେ ସରକାର ଏହି ଜମିକୁ ରାମ ମନ୍ଦିର ନିର୍ମାଣ ଲାଗି ନ୍ୟାସ (ଟ୍ରଷ୍ଟ)କୁ ହସ୍ତାନ୍ତର କରିବେ । ସେଠାରେ ରାମ ମନ୍ଦିର ନିର୍ବାଣ ପାଇଁ ବିଭିନ୍ନ ହିନ୍ଦୁ ସଂଗଠନ ଇତିମଧ୍ୟରେ ସେମାନଙ୍କ ଦାବି ଜୋରଦାର କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version