ରାଜ୍ୟ

ଅର୍ଜୁନ ଚରଣ ସାମଲଙ୍କ ଦେହାନ୍ତ

Published

on

ଭୁବନେଶ୍ୱର ୨୬/୧ : ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୁରୁ ଅର୍ଜୁନ ଚରଣ ସାମଲଙ୍କ ପରଲୋକ ହୋଇଯାଇଛି । ଶନିବାର ରାତି ୮.୩୦ରେ ସେ ଇହଧାମ ପରିତ୍ୟାଗ କରିଛନ୍ତି । ତାଙ୍କ ପରଲୋକରେ ଓଡ଼ିଆ କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ସୁଗମ ସଙ୍ଗିତ ସହ ବହୁ ଚଳଚ୍ଚିତ୍ରରେ କଣ୍ଠ ଦାନ କରିଛନ୍ତି । ସୁନା ସଂସାର ଚଳଚ୍ଚିତ୍ରର ମିଛ ମାୟା ଭରା ଏ ସାରା ଦୁନିଆ, କେହି ନୁହେଁ ଆପଣାର ଗୀତଟି ବେଶ୍ ଲୋକପ୍ରିୟ ହୋଇଥିଲା । ବାର୍ଦ୍ଧକ୍ୟଜନିତ ରୋଗରେ ତାଙ୍କର ପରଲୋକ ହୋଇଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version