ଦେଶ ବିଦେଶ

ଅର୍ଥବ୍ୟବସ୍ଥାରେ ମୁଦ୍ରାର ସ୍ଥିତି ବର୍ତ୍ତମାନ ସନ୍ତୋଷଜନକ ରହିଛି : ଅର୍ଥବିଭାଗ ସଚିବ

Published

on

ନୂଆଦିଲ୍ଳୀ ୨୬/୩ : ଅର୍ଥବ୍ୟବସ୍ଥାରେ ଟଙ୍କା ଓ ଡ଼ଲାର ଅଦଳବଦଳରେ ଏହି ମଙ୍ଗଳବାର ଦିନ ୩୫,୦୦୦କୋଟି ଟଙ୍କା ବୃଦ୍ଧି କରାଯିବ ଯାହା ଦ୍ୱାରା ଆର୍ଥିକସ୍ଥିତି ଅଧିକ ମଜବୁତ ହେବ ।
ଅର୍ଥବିଭାଗର ସଚିବ ସୁବାଷ ଚନ୍ଦ୍ର ଗର୍ଗ କହିଛନ୍ତି ଯେ , ଅର୍ଥବ୍ୟବସ୍ଥାରେ ମୁଦ୍ରାର ସ୍ଥିତି ବର୍ତ୍ତମାନ ସନ୍ତୋଷଜନକ ରହିଛି । କେନ୍ଦ୍ରୀୟ ବ୍ୟାଙ୍କର ଏହି ମୁଦ୍ରା ଅଦଳବଦଳକୁ ବ୍ୟବସ୍ଥା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପରିଚାଳନା କରୁଥିବା ସେ କହିଛନ୍ତି । ଆରବିଆଇର ବରିଷ୍ଟ ଅଧିକାରୀଙ୍କ କହିବାନୁଯାୟୀ, ବର୍ତ୍ତମାନ ଅର୍ଥବ୍ୟବସ୍ଥାରେ ମୁଦ୍ରା ସ୍ଥିତି ସୁରୁଖୁରରେ ଚାଲିଛି । ଅନ୍ୟଜଣେ ଅଧିକାରୀ କହିଛନ୍ତି ଯେ, ଭାରତୀୟ ଅର୍ଥ ବଜାରରେ ବର୍ତ୍ତମାନ ଅର୍ଥବ୍ୟବସ୍ଥାର ମୁଦ୍ରାକୁ ନେଇ କୈାଣସି ଖରାପ ପରିସ୍ଥିତି ସୃଷ୍ଟି ହେବ ନାହିଁ । ଆରବିଆଇ ମାର୍ଚ୍ଚ ମାସରେ ଭାରତୀୟ ମୁଦ୍ରା ଓ ଡ଼ଲାର ଅଦଳବଦଳର ନିଲାମୀ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version