ଭୁବନେଶ୍ୱର ୯/୧ : ରାଜ୍ୟର ସ୍ଥିତି ନେଇ ପଂଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ ମିଶ୍ର ପ୍ରତିକ୍ର୍ରିୟା ପ୍ରକାଶ କରିଛନ୍ତି । ସେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଥିବାବେଳେ ଅନ୍ୟକେତେକ କ୍ଷେତ୍ରର ଅବସ୍ଥା ନେଇ ନିରାଶା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଆର୍ଥକ ପରିଚାଳନା ଓ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବେଶ୍ ଆଗରେ ରହଛି । ଦାରିଦ୍ର୍ୟଦୂରୀକରଣ କ୍ଷେତ୍ରରେ ମଧ୍ୟ ରାଜ୍ୟର ସ୍ଥିତି ବେଶ୍ ପ୍ରଶଂସନୀୟ । ମୁଣ୍ଡପିଛା ଆୟ ବଢ଼ିଛି କିନ୍ତୁ ଜାତୀୟ ସ୍ତରଠାରୁ ଏହା ପଛରେ ରହିଛି । ତେଣୁ ଏ ଦିଗରେ ଆଉକିଛି କରିବା ଆବଶ୍ୟକ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସେ ଅନୁରୂପ ମନ୍ତବ୍ୟ ଦେଇଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ସ୍ଥିତିନେଇ ସେ ନିରାଶା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଅଧିକ ମେଡ଼ିକାଲ କଲେଜ ପ୍ରତିଷ୍ଠା ଓ ଅଧିକ ଡାକ୍ତର ନିଯୁକ୍ତିର ଆବଶ୍ୟକତା ରହିଛି । ରାଜ୍ୟରେ ୮/୧୦ ହଜାର ଲୋକଙ୍କ ପାଇଁ ପ୍ରାୟ ଜଣେ ଲେଖାଏ ଡାକ୍ତର ରହିଛନ୍ତି । ଏହା ଆଦୋ÷ ଭଲ ସୂଚନା ନୁହେଁ ବୋଲି ଶ୍ରୀ ସିଂ କହିଛନ୍ତି ।