ରାଜ୍ୟ

ଅର୍ଥ ମନ୍ତ୍ରୀଙ୍କ ବହିଷ୍କାର ଦାବି : ବିଜେପି

Published

on

ଭୁବନେଶ୍ୱର ୧୩/୩ : ‘କାଳିଆ’ ଯୋଜନାକୁ ମାର୍ଚ୍ଚ ୩୧ ତାରିଖ ପର‌୍ୟ୍ୟନ୍ତ ସଂପ୍ରସାରଣକୁ ବିରୋଧ କରି ଅର୍ଥମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ରାଜ୍ୟ ବିଜେପି । ତେବେ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ଅର୍ଥ ମନ୍ତ୍ରୀ କାଳିଆ ଯୋଜନାକୁ ମାର୍ଚ୍ଚ ୩୧ ପର‌୍ୟ୍ୟନ୍ତ ପରିବର୍ଧିତ କରିଥିବା କହିବା ଆଇନର ଉଲ୍ଲଂଘନ ବୋଲି ବିଜେପି ଅଭିଯୋଗ ଆଣିବା ସହ ଆଜି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।
ସମୀର କହିଛନ୍ତି କି, କାଳିଆ ଯୋଜନାରେ ଯେଉଁ ଅର୍ଥ ପଠାଯାଉଛି, ସେଥିରେ ରାଜ୍ୟ ସରକାର ସ୍ୱଚ୍ଛତା ଅବଲମ୍ବନ କରିନାହାଁନ୍ତି । ବର୍ତ୍ତମାନ ରାଜ୍ୟର ଅର୍ଥମନ୍ତ୍ରୀ ଆଚରଣ ବିଧି ଲାଗୁ ହେବା ପରେ ଗଣମାଧ୍ୟମକୁ ବିବୃତି ଦେଇଛନ୍ତି କି କାଳିଆ ଟଙ୍କା ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲୁ ରହିବ । ଯାହାକୁ ଦୃଷ୍ଟିରେ ରଖି ଦଳ ଅର୍ଥମନ୍ତ୍ରୀଙ୍କ ବହିଷ୍କାର ଦାବି କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ଦେବା ସହ ନିର୍ବାଚନରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ ଏବଂ ଦଳୀୟ ଭିର୍ତ୍ତିରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଯେଉଁ ହୀନ ଉଦ୍ୟମ କରାଯାଉଛି, ତାର ପ୍ରତିବାଦରେ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ରାଜ୍ୟ ବିଜେପି ଉପସଭାପତି କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version