କୋରାପୁଟ ୨୯/୫ : ଜୟପୁରରେ ଏକ ନବଜାତ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି । ଜୟପୁର ପାରାବେଡ଼ାରେ ଥିବା ଏକ ସପିଂ ମଲ୍ ସାମ୍ନାରୁ ଶିଶୁଟି ପଡ଼ିଛି । ଶିଶୁ ଜନ୍ମ ହେବା ପରେ ତାକୁ ମାରି କେହି ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଆଲୋଚନା କରାଯାଉଛି । ତେବେ ଏଭଳି ଏକ ଅମାନବୀୟ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଶିଶୁଟି କାହାର ଓ ଅଳିଆ ଗଦାରେ କେମିତି ପଡ଼ିଲା ତାହା ଜଣାପଡ଼ି ନ ଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଁଚି ଛାନ୍ଭିନ୍ କରୁଛି ।