ରାଜ୍ୟ

ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ

Published

on

ରାୟଗଡା ୨୫/୧୨ : ରାୟଗଡ଼ା-ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ମଙ୍ଗଳବାର ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ରାୟଗଡ଼ା ନିକଟବର୍ତ୍ତି ସିଙ୍ଗାପୁର ଷ୍ଟେସନରେ ରେଳଲାଇନରେ ଫାଟ ହୋଇଥିବା ଦେଖି ସ୍ଥାନୀୟ ଲୋକେ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଫଳରେ ଟ୍ରେନଟିକୁ ଅଟକାଯାଇ ରେଳ ଲାଇନ ମରାମତି କରାଯାଇଥିଲା । ପ୍ରାୟ ୧ ଘଣ୍ଟା ପରେ ଟ୍ରେନଟି ଗନ୍ତବ୍ୟ ପଥରେ ଯାତ୍ରା କରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version