ଭୁବନେଶ୍ୱର ୯/୧୨ : ରାଞ୍ôଚରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଓଡ଼ିଶା ଦୁର୍ଭାଗ୍ୟବଶତଃ ମାତ୍ର ୩ ରନ୍ ପାଇଁ ବିଜୟରୁ ବଞ୍ôଚତ ହୋଇଛି । ଦ୍ୱିତୀୟ ଇନିଂସରେ ୨୬୦ ରନ୍ର ବିଜୟ ଲକ୍ଷ୍ୟ ଥିବାବେଳେ ଓଡ଼ିଶା ୨୫୭ ରନରେ ଅଲ୍ଆଉଟ୍ ହୋଇଯାଇଛି । ଫଳରେ ସୁଭ୍ରାଂଶୁ ସେନାପତିଙ୍କ ଶତକ ବ୍ୟର୍ଥ ଯାଇଛି । ଝାଡ଼ଖଣ୍ଡ ପ୍ରଥମ ଇନିଂସରେ ୧୭୨ ଓ ଦ୍ୱିତୀୟ ଇନିଂସରେ ୨୮୮ ରନ୍ କରିଥିବାବେଳେ ଓଡ଼ିଶା ପ୍ରଥମ ଇନିଂସରେ ୨୦୧ ରନ୍ କରିଥିଲା ।