କାନବେରା(ଅଷ୍ଟ୍ରେଲିଆ): ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କର ଦ୍ଵିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥରର ସମ୍ମିଳନୀ ଅନ-ଲାଇନ ବ୍ରିଜ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।
ସମ୍ମିଳନୀରେ ଅଷ୍ଟ୍ରେଲିଆରେ ରହୁଥିବା 148 ପରିବାର ପକ୍ଷରୁ 400ରୁ ଉର୍ଦ୍ଧ ସଦସ୍ୟ ଯୋଗ ଦେଇଥିଲେ ।
କମିଟି ସଦସ୍ୟା ସୁଲିପ୍ତ। ତ୍ରିପାଠୀ, ମୁମତାଜ ଲେଙ୍କା ଅଷ୍ଟ୍ରେଲିଆର ବିଭିନ୍ନ ପ୍ରଦେଶର ପ୍ରତିନିଧି ସହଯୋଗରେ ଦୁଇ ଘଣ୍ଟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନ-ଲାଇନ ମାଧ୍ୟମରେ କରିଥିଲେ । ବିଭିନ୍ନ ସଂସ୍କୃତିକ ଗ୍ରୁପ ପକ୍ଷରୁ ପ୍ରସ୍ତୁତ ସଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକୁ ଟେଲିକାଷ୍ଟ କରାଯାଇଥିଲା ।
ଏହି ଅବସରରେ ଓରିଓଜର ନୂତନ କର୍ଯ୍ୟକର୍ତାମନେ ଆଗାମୀ ଦୁଇ ବର୍ଷ ପାଇଁ ଦାୟିତ୍ୱ ଗ୍ରହଣ କରିଥିଲେ ।
ଓରିଓଜ ର ସଭାପତି ଡ଼:ନଳନୀ ପାତ୍ର କହିଛନ୍ତି ଯେ ସମ୍ମିଳନୀ ସାମାଜିକ ଦୁରତ। ରକ୍ଷା କରି ଅନୁଷ୍ଠିତ ହୋଇଥିଲା ।
ଗତ 2002 ମସିହାରେ ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଗଠିତ ହୋଇଥିବା ଓଡ଼ିଆ ସଂଗଠନ ଓରିଓଜ ବିଭିନ୍ନ ଓଡ଼ିଆ ପର୍ବ ପର୍ବାଣି ପାଳନ କରୁଥିବା ବେଳେ ଦୁଇ ବର୍ଷରେ ଥରେ ପ୍ରବାସୀ ଓଡ଼ିଆ ସମ୍ମିଳନୀ କରିଥାଏ । ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆରେ ରହୁଥିବା ଓଡ଼ିଆ ପରିବାର ଗୁଡିକର ଏକ ମହା ସାମାଜିକ ମିଳନ ହୋଇଥାଏ । ସମ୍ମିଳନୀରେ ସଂସ୍କୃତିକ କାର୍ଯ୍ୟକ୍ରମ ମନ ପରିବେଷଣ କରାଯାଇଥାଏ ଵୋଲି ସଭାପତି ପାତ୍ର କହିଛନ୍ତି ।