ଅସ୍ତରଙ୍ଗ ୨୦/୧ : ଅସ୍ତରଙ୍ଗ ଜାହାନିଆ ପୀଠ ନିକଟରେ ସମୁଦ୍ରରେ ବୁଡ଼ି ଦୁଇଜଣ ଛାତ୍ର ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରର ଏକ ଇଂଜିନିୟରିଂ କଲେଜର କେତେକ ଛାତ୍ର ପିକନିକ ପାଇଁ ଆଜି ଅସ୍ତରଙ୍ଗ ନିକଟସ୍ଥ ଜାହାନିଆ ପୀଠକୁ ଯାଇଥିଲେ । ସେମାନେ ସମୁଦ୍ରରେ ଗାଧୋଉଥିବାବେଳେ ୬ଜଣ ଛାତ୍ର ବୁଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ୫ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଅସ୍ତରଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଥିଲା । ସେଥିମଧ୍ୟରୁ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ନିଖୋଜ ଥିବା ଜଣେ ଛାତ୍ରଙ୍କ ଶବକୁ ସମୁଦ୍ରରୁ ଉଦ୍ଧାର କରାଯାଇଛି ।