ଅପରାଧ

ଅସ୍ତ୍ରଶସ୍ତ୍ର ସହ ଜୈଶ-ଏ-ଅହମ୍ମଦର ୨ ସାଥି ଆତଙ୍କବାଦୀ ଗିରଫ

Published

on

ଉତ୍ତରପ୍ରଦେଶ ୨୨/୨ : ଉତର ପ୍ରଦେଶର ସହାରନାପୁର ଜିଲ୍ଲାର ଦେବବନ୍ଧରୁ ଦୁଇ ଜଣ କାଶ୍ମୀରୀ ଛାତ୍ରଙ୍କୁ ଉତରପ୍ରଦେଶ ପୁଲିସ ଗିରଫ କରିଛି । ପୁଲୱାମା ଆତଙ୍କୀ ଆକ୍ରମଣ କରିଥିବା ଜୈସ-ଏ-ମହମ୍ମଦ ସହ ଏହାର ତାର ଜୋଡି ହୋଇଥିବା କଥା କୁହାଯାଉଛି । ଦେବବନ୍ଧ ସ୍ଥିତ ଏକ ହଷ୍ଟେଲରେ ଏହି କାର‌୍ୟ୍ୟାନୁଷ୍ଠାନ ନିଆଯାଇଛି । ଗିରଫ ହୋଇଥିବା ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ନାମ ଶାହନବାଜ ଅହମଦ ତେଲି । ସେ ଜମ୍ମୁ କାଶ୍ମୀରର କୁଲଗାମରେ ରୁହେ । ସେମାନଙ୍କ ମଧ୍ୟରେ ୫ଜଣ ଓଡିଆ ଯୁବକ ଅଛନ୍ତି।
ସୂଚନାଯୋଗ୍ୟ, ଗିରଫ ହୋଇଥିବା ୨ଯୁବକ ଏଭଳି ଲୋକମାନଙ୍କୁ ଖୋଜୁଥିଲେ ଯେଉଁମାନଙ୍କ ବ୍ରେନ ୱାଶ କରାଯାଇ ସେମାନଙ୍କୁ ଆତଙ୍କୀ ସଙ୍ଗଠନରେ ଭର୍ତି କରାଯାଇ ପାରିବ । ସନ୍ଦିଗ୍ଧମାନେ ଏଥିପାଇଁ ବହୁ ଥର ୟୁପି ଏବଂ ଦେବବନ୍ଧ ଯାଇଛନ୍ତି । ୟୁପିର ଡିଜିପି ଓପି ସିଂହ ଏହି ମାମଲାରେ ସୂଚନା ଦେବେ । ଏଟିଏସ୍ ମୁତାବିକ, ସେମାନଙ୍କ ନିକଟରୁ ଜୈଶ ସହ ଜଡିତ ଭିଡିଓ ଏବଂ ଫଟୋ ଜବତ କରାଯାଇଛି । ତେଣୁ ପାକିସ୍ଥାନ ସ୍ଥିତ ଆତଙ୍କୀ ସଙ୍ଗଠନ ସହ ତାଙ୍କର ଲିଙ୍କ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ସେମାନେ ସେଠାକାର ଆଧାର କାର୍ଡ ମଧ୍ୟ ତିଆରି କରିଛନ୍ତି। ସକାଳେ ହୋଇଥିବା କାର‌୍ୟ୍ୟାନୁଷ୍ଠାନରେ ପାଖାପାଖି ୧୧ କାଶ୍ମୀରୀ ଛାତ୍ରଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ପୁଲିସ ଏବେ ପଚରାଉଚୁରା କରୁଛି । ଏହି ପଚରାଉଚୁରାରେ କିଛି ବଡ ଧରଣର ଖୁଲାସା ହୋଇପାରେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version