ସୁନ୍ଦରଗଡ଼ ୧/୧୨ : ସୁନ୍ଦଗଡ଼ ରିଜର୍ଭ ପୋଲିସ ଅସ୍ତ୍ରାଗାରରୁ ଚୋରି ହୋଇଥିବା ସମସ୍ତ ଗୁଳିକୁ ଉଦ୍ଧାର କରାଯାଇଛି । ଗତ ଶୁକ୍ରବାର ୪୫ଟି ଗୁଳିକୁ ଉଦ୍ଧାର କରାଯାଇଥିବାବେଳେ ଶନିବାର ଅବଶିଷ୍ଟ ୧୫ଟି ଗୁଳିକୁ ଜବତ କରିବାରେ ପୋଲିସ ସଫଳ ହୋଇଛି । ଏହି ମାମଲାରେ ଅସ୍ତ୍ରାଗାର ଦାୟିତ୍ୱରେ ଥିବା ଜଣେ କନଷ୍ଟେବଳଙ୍କୁ ଗିରଫ କରାଯାଇଛି । ଏହି ଚୋରି ଘଟଣାରେ ଅନ୍ୟଜଣେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।